ରାଜ୍ୟସ୍ତରୀୟ ବାଳଶ୍ରମିକ ଉଚ୍ଛେଦ୍ଦ ପରାମର୍ଶ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ସେବାଜଗତ ତାଲିମକେନ୍ଦ୍ରଠାରେ ଓଡ଼ିଶା ବାଳଶ୍ରମିକ ଉଚ୍ଛେଦ ଅଭିଯାନର ବାଳଶ୍ରମିକ ଉଚ୍ଛେଦ ପାଇଁ ସାରା ଓଡ଼ିଶାରେ କିପରି କାର୍ଯ୍ୟକଳାପ ହେଇପାରିବ ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଓ ଦାପ୍ତାର ସଂପାଦକ ରାଜୁ ଶର୍ମା ପରିଚାନଳା କରିଥିବାବେଳେ ଅଭିଯାନର ରାଜ୍ୟ ଆବାହକ ଗୋପାଳକୃଷ୍ଣ କର ଅନେକ ଉପାଦେୟ ବିଷୟ ଆଲୋଚନା କରିଥିଲେ । ମ.ରାମପୁର ତହସିଲଦାର ସୁଚରିତା ମୁଗ୍ରୀ, ସିଡ଼ିପିଓ କୁସୁମ ପ୍ରହରାଜ, ବାଳଶ୍ରମିକ ଉଚ୍ଛେଦ ଅଭିଯାନର ସହ ଆବାହାକ ହୃଷିକେଶ ପଣ୍ଡା, ସୁଶ୍ରୀ ସ୍ୱରୂପା ଉପସ୍ଥିତ ରହି ବାଳଶ୍ରମିକ ପ୍ରକୃତ କାରଣ, ନିରାକରଣ, ସରକାରୀ ଓ ବେସରକାରୀ ଉଦ୍ୟମ, ଗୋଷ୍ଠୀର ସହଭାଗୀତା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତର ସୁନୀତା ତାଣ୍ଡି, ଯାଜ୍ଞସେନୀ ଭୋଇ, ଶଙ୍କର ସୁନା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.