ଦାଦନର ଛାତିଥରା ଦୃଶ୍ୟ: କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ହେମନ୍ତ ସାହୁ): ଦାଦନ ଦୁଃଖର ଅନ୍ତ ହେଉନି । ଗୋଟିଏ ପରେ ଗୋଟିଏ ଦାଦନର ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନା ପଞ୍ଚାୟତର ଯୁବକ ଅଶୋକମାଝୀ ଗତ ପ୍ରାୟ ପାଞ୍ଚ ବର୍ଷ ହେଲା କେରଳ ଯାଇଥିଲେ କାମ କରି ରୋଜଗାର କରିବାକୁ । ଏବେ ଗତପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ସମୟ ହେଲା ସେ କେରଳର ଏକ ସରକାରୀ ଡ଼ାକ୍ତରଖାନାରେ ଆଇସିୟୁରେ ଭତ୍ତି ହେଇଛନ୍ତି । ଉକ୍ତ ଯୁବକଙ୍କ ବାପା-ମାଁ କେହି ନଥିବାବେଳେ ନିଜ ଗାଁର ସାଙ୍ଗସାଥୀମାନେ ପାଳି କରି ତାଙ୍କୁ ଡ଼ାକ୍ତରଖାନାରେ ଜଗି ରହିଛନ୍ତି । ପିଲାଟି ଦିନରୁ ଅଶୋକ ନିଜ ବାପା-ମାଁଙ୍କୁ ହରାଇଥିବାବେଳେ ନିଜ ବଡ଼ ବାପାଙ୍କ ପାଖରେ ରହିଆସୁଥିଲେ । କିନ୍ତୁ ଗତ ପ୍ରାୟ ପାଞ୍ଚ ବର୍ଷ ହେବ ସେ ଦାଦନ ଯାଇ ବିଭିନ୍ନ କମ୍ପାନୀରେ କାମ କରୁଥିଲେ ହେଁ ଗତ ପ୍ରାୟ ମାସେ କାଳ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲା । ପରେ ଅବସ୍ଥା ବିଗିଡ଼ିବାରୁ ଆଇସିୟୁରେ ରଖାଯାଇଛି । ତେବେ ଗ୍ରାମର ଯୁବକମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିବା ପରେ ପନ୍ଦର ହଜାରଟଙ୍କା ଅର୍ଥରାଶି ସହାୟତା କରିଥିଲେ । ଏବଂ ଗାଁର ଯୁବକମାନେ ନିଜେ ନିଜେ ମିଳିତ ଭାବରେ ପ୍ରାୟ ତିରିଶ ହଜାରଟଙ୍କା ଆଦାୟ କରି ସହାୟତା କରିଛନ୍ତି । ଏବେ ଗାଁର ଯୁବକମାନେ ତାଙ୍କୁ କେରଳ ରୁ ଓଡ଼ିଶା କୌଣସି ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କଲେ ଚିିକିତ୍ସାରେ ସହଜ ହେବ ବୋଲି କହିଛନ୍ତି । ଏଣୁ ଗ୍ରାମର ଯୁବକମାନେ ସହାୟତା କରିବାକୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.