✍🏾ତ୍ରିନାଥ ପଟ୍ଟନାୟକ
ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟ
ନିଏ ସେ ସବୁ ସହି
ପରିବାର ବୋଝ ନିଏ ବୋହି
ସେ ଯେ ଶ୍ରମିକ ଭାଈ ।।
ଦିନ ସାରା ଖଟି ଖୁସି ଦିଏ ଭେଟି
ପୁଅ ଝିଅ ଘରଣୀକୁ
ସବୁ ବିଘ୍ନକୁ ନିଏ ସେ ମଥା ଥାନେ
ହସାଏ ପିତା ମାତାଙ୍କୁ ।।
ଆମକୁ ଦିଅନ୍ତି କେତେ ଖୁସି ଆନନ୍ଦ
ତାଙ୍କ ପାଇଁ ସୁଖ ଝରେ
ଖରା ବର୍ଷା ଶୀତକୁ ନ କରି ଖାତିର
ପରିଶ୍ରମ ବହୁ କରେ ।।
ସୃଷ୍ଟି ଯେ ରହିଛି ବଞ୍ଚି ତାଙ୍କରି ପାଇଁ
ଏ ଯେ ଅଟନ୍ତି ଆମ ଶ୍ରମିକ ଭାଈ
ନଥାଏ କେବେ ହେଁ ସ୍ୱାର୍ଥ ତାଙ୍କ ଜୀବନେ
ଗରବ କରେ ଏ ଦେଶ ତାଙ୍କ ପାଇଁ ।।
ଦୁଃଖ କ୍ଳେଶ ନିକଟୁ ହେଉ ଲାଘବ
ଖୁସିରେ ସେମାନେ ବଞ୍ଚନ୍ତୁ
ସମ୍ମାନ ଆଜି ଏ ଶ୍ରମିକ ଭାଇଙ୍କୁ
ଦେଶକୁ ଆଗେଇ ନିଅନ୍ତୁ ।।