ନର୍ଲା: ସାପଦୁହୁନି ଗ୍ରାମର ଟ୍ରାନ୍ସଫରମରରେ ଯୁବକଙ୍କ ଶବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ସାପଦୁହୁନି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ମଝିରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫରମରରେ ରବିବାର ରାତିରେ ଜଣେ ଯୁବକଙ୍କ ଶବ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗତକାଲି (ରବିବାର) ଅପରାହ୍ନ ୪ ଟା ବେଳେ କାଳ ବୈଶାଖି ପ୍ରଭାବରେ ଝଡତୋଫାନ ହୋଇଥିଲା । ସେତେବେଳ ଠୁଁ ଲାଇନ କଟିଯାଇଥିଲା । ଛତିକୁଡା ଫିଡରେ ମଧ୍ୟ ସେତେବେଳଠୁଁ ବାରମ୍ବାର ଲାଇନ କଟୁଥିଲା ଓ ଆସୁଥିଲା । ହେହେ ରାତି ୭.୩୦ ବେଳେ ଲାଇନ ଆସିଲା ହେଲେ ସାପଦୁହୁନି ଗ୍ରାମରେ ଆଉ ବିଜୁଳି ଜଳିଲା ନାହିଁ । ଟ୍ରାନ୍ସଫମରୁ ଫିୟୁଜ କଟିଯାଇଥିବା ଜାଣି ଗ୍ରାମର ଯୁବକ ଲମ୍ବୋଦର ଦୋରା(୨୫) ଟ୍ରାନ୍ସଫମର ଉପରକୁ ଚଢି ଫିୟୁଜ ତାର ବାନ୍ଧୁଥିଲେ । ସେତେବେଳେ ହଠାତ୍ ଲାଇନ ଆସିଯିବାରୁ ବିଦ୍ୟୁତ୍ ଆଘାତରେ ଟ୍ରାନ୍ସଫରମରରେ ଲାଗି ମୃତ୍ୟୁବରଣ କରିଥିବା ଗ୍ରାମର ଜନସାଧାରଣ ଆଲୋଚନା କରିଥିବା ଜଣାପଡିଛି । ଛତିକୁଡା ଫିଡରର ଚାରିଆଡେ ସମସ୍ତ ଗ୍ରାମକୁ ଲାଇନ ଆସିଲା । ହେଲେ ସାପଦୁହୁନି ଗ୍ରାମରେ ସାରା ରାତି ଅନ୍ଧକାରରେ ରହିଥିଲା । ଗ୍ରାମବାସୀ ମାନେ ଏହି ଅଭାବନୀୟ ଘଟଣା ଘଟିବା ପରେ ନର୍ଲା ପୋଲିସକୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲେ । ଶେଷରେ ରାତି ୧୧.୩୦ରେ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଯୁବକ ଲମ୍ବୋଦର ଦୋରାଙ୍କ ଶବକୁ ଟ୍ରାନ୍ସଫର୍ମରରୁ ଓହ୍ଲାଇଥିଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.