ବିଶିଷ୍ଟ ସମାଜସେବୀ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ୯୧ତମ ଜୟନ୍ତୀ ପାଳନ ଅବସରରେ ସ୍ମରଣିକା ‘ବିଶ୍ୱାସ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ.ଏମ ତାଲିମ କେନ୍ଦ୍ର ପରିସରରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ୯୧ତମ ଜୟନ୍ତୀ ପାଳନ ଅବସରରେ ସ୍ମରଣିକା ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଯୁଗଳ କିଶୋର ମିଶ୍ର, ମୁଖ୍ୟ ବକ୍ତଭାବେ ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ଏବଂ ସମ୍ମନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଲଷ୍ମୀକାନ୍ତ ପାଢି ଯୋଗଦେଇ ସ୍ବର୍ଗତ ଭତ୍ରାଙ୍କର କର୍ମମୟ ଜୀବନ, ସାରସ୍ୱତ ସୃଷ୍ଟି ସମ୍ଭାର, ସାମ୍ବାଦିକତା, ସାଙ୍ଗଠନିକ ଦକ୍ଷତା, ସମାଜସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କବୟିତ୍ରୀ କବିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ.ଏମ କେନ୍ଦ୍ରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାନନ୍ଦିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଭି.ଭାସ୍କର ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଲକ୍ଷ୍ମୀକାନ୍ତ ରଥ ପ୍ରଥମ ଅଧିବେଶନର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣରେ ସାହିତ୍ୟିକ ଚନ୍ଦ୍ରମଣି ବାରିକଙ୍କ ସଭାପତିତ୍ୱରେ ବିବିଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବିତାଗୁଡିକୁ କବି କୃଷ୍ଣଚନ୍ଦ୍ର ହୋତା ଓ କବୟିତ୍ରୀ ଶୋଭାଗିନୀ ନନ୍ଦ ସୁନ୍ଦର ଭାବେ ସଂଯୋଜନା କରିଥିଲେ। କବିତା ପାଠ କରିଥିବା କବି ଓ କବୟିତ୍ରୀଗଣ ହେଲେ- ମମତା ମହାପାତ୍ର, କୁନା ମହାପାତ୍ର, ରୀତାଞ୍ଜଳି ଡାକୁଆ, ପ୍ରମୋଦ କୁମାର ରାଉଳ, କବିତା ସାହୁ, ଶୋଭାଗିନୀ ନନ୍ଦ, ଯଜ୍ଞେଶ୍ବର ପଣ୍ଡା, ଭଗବାନ ସାବତ, ନୃସିଂହ ପ୍ରସାଦ ଷଡଙ୍ଗୀ, ସୁଧୀର କୁମାର ମହାପାତ୍ର, ଅଶୋକ ମହାରଣା, ରାଜେଶ୍ୱରୀ ନନ୍ଦ, କୃଷ୍ଣଚନ୍ଦ୍ର ହୋତା ଓ ପ୍ରକାଶ ମହାନନ୍ଦିଆ । କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମାମଣ୍ଡିତ କରିଥିବା ସାହିତ୍ୟାନୁରାଗୀଗଣ ହେଲେ ଅଭିମନ୍ୟୁ ବେନ୍ୟା, ମମତା ବେହେରା, ଉଦୟ ନାଥ ପାତ୍ର ଏବଂ ଏ.ଏନ.ଏମ କେନ୍ଦ୍ରର ଛାତ୍ରୀ ଓ ଶିକ୍ଷୟିତ୍ରୀ ପ୍ରମୁଖଗଣ । ଶେଷରେ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.