ବର୍ଷ ବର୍ଷ ଧରି ବିଧବା ଭତ୍ତା ଅପେକ୍ଷାରେ ୭ କୁଟିଆ କନ୍ଧ ମହିଳା

ବିଡ଼ିଓଙ୍କ ଆଦର୍ଶ ଗ୍ରାମରେ ଫେଲ୍ ମାରିଲା ପେନସନ ଯୋଜନା

ବିଧବା ଭତ୍ତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଚେତନତର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଆଜିବି ମୈାଳିକ ସୁବିଧା ପାଇପାରୁ ନାହାନ୍ତି ଉପାନ୍ତ ଅଞ୍ଚଳବାସୀ। ଅଭିଯୋଗ ପରେ ଅଭିଯୋଗ କଲାପରେ ମଧ୍ୟ ନିଦାବିଷ୍ଣୁ ସାଜିଛି ବ୍ଲକ ପ୍ରଶାସନ ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ମାଓପ୍ରବଣ ତ୍ରିଲୋଚନପୁରର କଥା। ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁର ୭ ଜଣ ଆଦିବାସୀ କୁଟିଆ କନ୍ଧ ମହିଳା ଭତ୍ତା ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ଅନେକ ବର୍ଷ ତଳୁ ହୋଇଥିଲେ ହେଁ ସେମାନଙ୍କୁ ଭତ୍ତା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗଭାଲି ପରାଗ ହର୍ଷଦଙ୍କୁ ନିକଟରେ ସୋମବାର ଦିନ ଅଭିଯୋଗ କରିଛନ୍ତି। ଏମାନେ ନିହାତି ଗରିବ ହୋଇଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ଉକ୍ତ ସମସ୍ୟା ନେଇ ସେମାନେ ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳି ପାରୁନଥିବା ପ୍ରକାଶ କରିଛନ୍ତି।ପଞ୍ଚାୟତଠାରୁ ବ୍ଳକ ମହକୁମା ୩୦ କିଲୋମିଟର ଦୂର ରହିଥିବା ବେଳେ ଏହି ଗରିବ ମହିଳା ମାନେ ନିଜ ଭତ୍ତା ପାଇଁ ବାରମ୍ବାର ବ୍ଳକ ଅଫିସକୁ ଯାଉଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି।ଫୁଲଡୁମେର ଗାଁର ଆଦିବାସୀ କୁଟିଆ କନ୍ଧ ମହିଳା ନିଜ ସ୍ୱାମୀ ୠତୁ ମାଝୀଙ୍କୁ ହରାଇ ଆଜିକୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି। ସେହିପରି ମହିଳା ନିମ୍ବେ ମାଝୀ ସ୍ୱାମୀ ମାଡି ମାଝୀ ମୃତ୍ୟୁର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇପାରି ନାହାଁନ୍ତି।ଆଉଜଣେ ମହିଳା ପାଲାଡି ମାଝୀଙ୍କ ସ୍ୱାମୀ ବେରେଙ୍ଗେ ମାଝୀ ସର୍ପାଘାତରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସରକାରଙ୍କ କୌଣସି ସହଯୋଗ କି ସହାୟତା ମିଳି ପାରିଲା ନାହିଁ କି ବିଧବା ଭତ୍ତା ମଧ୍ୟ ପାଇ ପାରିଲେ ନାହିଁ। ଆଉଜଣେ ମହିଳା ତେଲାଡି ମାଝୀ ସ୍ୱାମୀ ସୁନ୍ଦେରା ମାଝୀର ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇ ପାରିଲେ ନାହିଁ। ମହିଳା ମେଣ୍ଡି ମାଝୀଙ୍କ ସ୍ୱାମୀ ସିନ୍ଦୁରୁ ମାଝୀ ଦୁଇ ବର୍ଷ ତଳେ ଆଖି ବୁଜିଥିଲେ କିନ୍ତୁ ତାଙ୍କୁ ବିଧବା ଭତ୍ତା ମିଳିନାହିଁ।‌ ନିକଟସ୍ଥ ଗାଁ ପାଲବେରୀର ମହିଳା ବାସୁ ମାଝୀ ମଧ୍ୟ ସ୍ୱାମୀ ନିୟମଗିରି ସଂଗ୍ରାମୀ ଜିଲୁ ମାଝୀ ମୃତ୍ୟୁର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇ ନାହାଁନ୍ତି। ମହିଳା ସିଙ୍ଗାରି ମାଝୀ ମଧ୍ୟ ସ୍ୱାମୀ ଲିକ୍ସା ମାଝୀ ମୃତ୍ୟୁର ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ପାଇ ପାରିଲେ ନାହିଁ। ଏମାନଙ୍କ ମଧ୍ୟରୁ ଜଣେ କେହିବି ସ୍ୱାମୀଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାର ପଇସା ପାଇ ନାହାଁନ୍ତି। ଏଣୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.