ସର୍ଗିଗୁଡା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା

ଭକ୍ତିମୟ ପରିବେଶ ମଧ୍ୟରେ ନଗର ପରିକ୍ରମା ଓ ଦଧିହାଣ୍ଡି ଭଗ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞ ଆଜି ବୁଧବାର ସକାଳ ୬.୩୦ ସମୟରେ ପୂର୍ଣ୍ଣାହୁତି ପଡିଛି । ନାମ ଛାଡିବା ପରେ ଦଧିହାଣ୍ଡିକୁ ସର୍ଗିଗୁଡାର ୫ ଗୋଟି ପଡାକୁ ନେଇ ଘରକୁ ଘର ଯାଇଥିଲେ ଯଜ୍ଞ କର୍ତ୍ତା ଜଗମୋହନ ପଧାନ । ଘଣ୍ଟ ଶଙ୍ଖ ନାଦର ତାଳେ ତାଳେ ନଗର ପରିକ୍ରମା କରିଥିଲେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ । ନଗର ପରିକ୍ରମା ପରେ ଦଧିହାଣ୍ଡି ଯଜ୍ଞ ମଣ୍ଡପରେ ଭଙ୍ଗା ଯାଇଥିଲା । ପୂର୍ଣ୍ଣାହୁତି ହୋମ ହେବା ପରେ ଗ୍ରାମସାରାର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ସାମୁହିକ ପ୍ରସାଦ ସେବନ କରିଥିଲେ । ଭାତୃତ୍ବର ନିଦର୍ଶନ ନାମଯଜ୍ଞ ଶୃଙ୍ଖଳାର ସହିତ ସମାପନ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସର୍ଗିଗୁଡା ୧୬ ପ୍ରହର ନାମଯଜ୍ଞ ନିମନ୍ତେ ରବିବାର ସନ୍ଧ୍ୟା ୫.୩୦ ସମୟରେ ସାନ୍ଦୁଲ ନଦୀରୁ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋମବାର ସକାଳ ୬.୩୦ ସମୟରେ ନାମ ଆରମ୍ଭ ହୋଇଥିବା ବେଳେ ସୋମବାର ଓ ମଙ୍ଗଳ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଥିଲା । ସର୍ଗିଗୁଡାର ମୁଖ୍ୟ ପର୍ବ ନାମଯଜ୍ଞ ସଂକୀର୍ତ୍ତନ । ଚଳିତ ବର୍ଷ ଏହା ୫୨ତମ ନାମଯଜ୍ଞ ହୋଇଥିବା ବେଳେ ସର୍ଗିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ଅନେକ ଉତ୍ସାହ ଓ ଉଦ୍ଦୀପନା ରହିଥିଲା। ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ନାମଯଜ୍ଞ ବନ୍ଦ ହୋଇପଡିଥିଲା । ଆଗରୁ ପ୍ରତିବର୍ଷ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିଲା । ହେଲେ ଚଳିତ ବର୍ଷ କେତେକ ସମସ୍ୟାକୁ ନେଇ ଏହା ୨୪ ପରିବର୍ତ୍ତେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୧୬ ପ୍ରହର ନାମଯଜ୍ଞ ନିମନ୍ତେ ପରିଚାଳନା କମିଟିର ସଭାପତି ଭାବରେ ରତ୍ନାକର ପାଢୀ, ଉପସଭାପତି ଭାବରେ ସଞ୍ଜୟ ସରାଫ୍, ସାଧାରଣ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ଧନଞ୍ଜୟ ଗଉଡ, କୋଷାଧ୍ୟକ୍ଷ ଭାବରେ ଖୁସିରାମ ମାଝୀ ପ୍ରମୁଖ ଦାଇତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯଜ୍ଞ କର୍ତ୍ତା ଭାବରେ ସ୍ନେହଲତା ପଧାନ ଓ ଜଗମୋହନ ପଧାନ ଦାଇତ୍ୱ ନିର୍ବାହନ କରୁଥିଲେ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଚଳିତ ବର୍ଷ ଗ୍ରାମର ଯୁବ ଗୋଷ୍ଠି ନିମନ୍ତେ ଆଗେଇ ଆସି ବିଭିନ୍ନ ପଦ ପଦବୀରେ ରହି ଯଜ୍ଞ ପରିଚାଳନା ନିମନ୍ତେ ଦାଇତ୍ୱ ତୁଲାଇଥିଲେ। ଏହାବାଦ୍ ଭଣ୍ଡାର ଗୃହ ଦାଇତ୍ୱରେ ବସନ୍ତ ପୋଢ, ମଣ୍ଡପ ସାଜସଜ୍ଜାରେ ପଙ୍କଜ ପଧାନ, ସଞ୍ଜୟ ନାଏକ, ଯୁଗେଶ୍ୱର ବିଶ୍ୱାଳ, ରମେଶ ବିଶ୍ୱାଳ, ଓ ଅନ୍ୟ ବିଭାଗ ଦଳଡକା, ଦଳ ପ୍ରବେଶ କରାଇବା, ଅନ୍ନଛତ୍ର, ଭୋଗ ପ୍ରସ୍ତୁତି, ସ୍ୱାଗତ କାଉଣ୍ଟର, ଅତିଥି ସେବା କାଉଣ୍ଟର, ଭୋଗ କାଉଣ୍ଟର ପ୍ରଭୃତି ବିଭାଗ ଗୁଡିକରେ ମଧ୍ୟ ଗ୍ରାମ ଯୁବ ଗୋଷ୍ଠି ଦାଇତ୍ୱ ନିର୍ବାହନ କରିଥିଲେ। ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, ବିରେନ୍ଦ୍ର ନାଏକ, ବୀରକିଶୋର ମାଝୀ, ବିରଞ୍ଚି ମାଝୀ, ସଂକୀର୍ତ୍ତନ ପଧାନ, କହ୍ନେଇ ପୋଢ, ଲକ୍ଷ୍ମଣ ବାଗ, ପରମେଶ୍ୱର ବିଶ୍ୱାଳ, ତ୍ରିଲୋଚନ ନାଏକ, ଉଗ୍ରସେନ ଗଉଡ଼, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସମିତି ସଦଦ୍ୟ ଚିରଞ୍ଜିବୀ ଗୌଡ଼ିଆ, ପୀତବାସ ନାଗ, ବିମ୍ବାଧର ବିଶ୍ୱାଳ, ଶଶୀଦେଵ ନାଗ ପ୍ରମୁଖ ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଇଥିବା ଜଣାପଡିଛି । ସର୍ଗିଗୁଡାର ଦୁଇ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସର୍ଗିଗୁଡା, ଡିଗିରାପଡା ଓ ବେହେରାପାର୍ଟି ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ସମୁଦାୟ ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ୧୬ ପ୍ରହର ନାମଯଜ୍ଞ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ନାମଯଜ୍ଞର ପୂଜକ ପଣ୍ଡିତ ଭାବରେ ଘନଶ୍ୟାମ ତ୍ରିପାଠୀ ଓ ଜପକ ଭାବରେ ରାମଚନ୍ଦ୍ର ପାଢ଼ୀ ଦାଇତ୍ୱ ନିର୍ବାହନ କରିଥିଲେ । ଗ୍ରାମର ସମସ୍ତ ଯୁବଗୋଷ୍ଠୀ ଓ ବରିଷ୍ଠ ଅନୁଭବୀ ଶ୍ରଦ୍ଧାଳୁ ବ୍ୟକ୍ତି ମାନେ ନାମଯଜ୍ଞ ଏବଂ ଅର୍ଣ୍ଣଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ସର୍ଗିଗୁଡାର ୧୬ ପ୍ରହର ନାମଯଜ୍ଞ ସମସ୍ତଙ୍କର ସହଯୋଗରେ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବାରୁ ସର୍ଗିଗୁଡା ଅଂଚଳ ବାସୀଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.