ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମ୍ମାନର ସହ ତାଙ୍କ ଶବ ସତ୍କାର କରିଛନ୍ତି କେସିଙ୍ଗା ଏନ୍ଏସି କର୍ମଚାରୀ ଓ ପୋଲିସ ଷ୍ଟାଫ । ପ୍ରାପ୍ତ ସୂଚନା ଆଧାରରେ, କେସିଙ୍ଗା ସହରର ଜଗନ୍ନାଥ ପଡ଼ା କମ୍ପ୍ଲେକ୍ସ ଠାରେ ପାଖା ପାଖି ୫୦ ବର୍ଷୀୟ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିରହିିଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । କେସିଙ୍ଗା ପୋଲିସ ଆସି ସେହି ବ୍ୟକିଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସଂପୃକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପରେ କେସିଙ୍ଗା ଏନ୍ଏସିର ଗଦାଧର ସିଂଦେଓ, ସାଗର ମୁନି, ପୋଲିସ ଏଏସଆଇ ଦାସ ବାବୁ ଓ ବଳରାମ ସୁନାଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା ।