କେସିଙ୍ଗା ଏନ୍ଏସିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଏନ୍ଏସି ପରିସରରେ ଜାଗା ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା, ପରିଷଦ ବୃନ୍ଦ ଏବଂ ୱାର୍ଡ ନଂ ୧୦ ଫ୍ଲୁଡ କଲୋନୀର ଜନତା ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୭ ମସିହାରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ଭୂମିଅଧିକାର ଆଇନ ପ୍ରଣୟନ କରି ସରକାରୀ ଜମିରେ ଘର ନିର୍ମାଣ କରି ବସବାସ କରୁଥିବା ଜମିର ଅଧିକାର ଓ ପ୍ରମାଣ ପତ୍ର ଦେବାର ବ୍ୟବସ୍ଥା କରାଇଥିଲେ । ଏହି ଆଇନ ବଳରେ ହଜାର ହଜାର ଗରିବ ଭୂମିହୀନ ପରିବାରକୁ ଜମି ପଟ୍ଟା ବଣ୍ଟନ କରାଯାଉଛି । ସେଥି ମଧ୍ୟରୁ କେସିଙ୍ଗାର ୯ ଗୋଟି ବସ୍ତିରେ ରହୁଥିବା ୧୪୭୧ ପରିବାର ମଧ୍ୟରୁ ୬୦୭ ପରିବାରକୁ ଜମି ଅଧିକାର ପ୍ରମାଣ ପତ୍ର ଅନୁମୋଦନ ହୋଇସାରିଛି । ସେଥି ମଧ୍ୟରୁ କେବଳ ଫ୍ଲୁଡ୍ କଲୋନୀ ବସ୍ତିର ୯୮ ପରିବାରକୁ ଜମି ପଟ୍ଟା ପ୍ରଦାନ ପାଇ ଅନୁମୋଦନ ହୋଇଛି । ଏବଂ ଇତି ମଧ୍ୟରେ ୭୦ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଘର ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ଫ୍ଲୁଡ଼ କଲୋନୀ ଓ ଡଙ୍ଗର ପଡ଼ାର ୫୯୩ ଘର ଅନ ସର୍ଭେଡ୍ ଡଙ୍ଗର କିସମ ରେ ବସବାସ କରୁଥିବାରୁ ଜମି ପ୍ରମାଣ ପତ୍ର ଅନୁମୋଦନ ହୋଇ ପାରୁନଥିବାରୁ ସରକାର ଙ୍କୁ ଅନୁମତି ଦେବାପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ଚିଠି ଲେଖି ଜଣାଯାଇଛି । ଅନୁମତି ମିଳିଲେ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନିଆ ଯିବା ବୋଲି ଅଧ୍ୟକ୍ଷ ନୃପରାଜ ଯାଦବ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.