ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ କୁସୁମଖୁଣ୍ଟି ବାମ ମୁଖ୍ୟ କେନାଲରେ । କିଛି ଲୋକ ମାଛ ମାରିବାକୁ ଜାଳ ପକାଇଥିବା ବେଳେ ଜାଲରୁ ଏକ ନବ ଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ତେବେ ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଓ ଲୋକଲଜ୍ଜ୍ୟା ଭୟରେ କେହି ହୃଦୟହିନା ଯୁବତୀ କିମ୍ବା ମହିଳା ନବ ଜାତକକୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି ।