ଆମ୍ବ ଗାଁରେ ଷୋହଳ ପ୍ରହର ନାମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ନିକଟ ପଣ୍ଡକାମାଲ ପଞ୍ଚାୟତ ଆମ୍ବ ଗାଁ ଖମାର ପଡ଼ାରେ ୧୬ ପ୍ରହର ନାମ ଯଜ୍ଞ ଚାଲିଛି । ରବିବାର କଳସ ଯାତ୍ରା ଏବଂ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସୋମବାର ସକାଳ ୭ ଘ. ୩୬ ମିନିଟରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ମଙ୍ଗବାର ଦିନ ନାମ ଯଜ୍ଞ ଉଦଯାପନ ଏବଂ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହେବ । ଏହି ନାମ ଯଜ୍ଞରେ କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଜିଲ୍ଲାର ୧୦ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ୍ରହଣ କରିଛନ୍ତି । ପୂଜକ ଦାୟିତ୍ୱରେ ତ୍ରିଲୋଚନ ଦାଶ ଓ ଯୁଗଳ ପ୍ରହରାଜ ରହି ଥିବାବେଳେ ବାଳ ମୁକୁନ୍ଦ ମହାଖୁଡ ଓ ତାଙ୍କ ପତ୍ନୀ ସୌଦାମିନୀ ମହାଖୁଡ କର୍ତ୍ତା ଦାୟିତ୍ୱ ସଂପାଦନ କରୁଛନ୍ତି । ସରୋଜ ମହାଖୁଡ଼, ଗୋବର୍ଦ୍ଧନ ମହାଖୁଡ୍, ସନ୍ତୋଷ କୁମାର ମହାଖୁଡ, ଅର୍ଜୁନ ମାଝୀ, ଟଙ୍କ ମହାଖୁଡ, ଫୁଲ ମହାଖୁଡ଼, ଧୋବା ମହାଖୁଡ ସସ୍ତ୍ରିକ ସପ୍ତଋଷୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସଭାପତି ଡମ ବୁଢ଼ା ମାଝୀ ଓ ସମ୍ପାଦକ ଝସ କେତନ ମହାଖୁଡ଼ ଏବଂ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାଖୁଡ, ବିକ୍ରମ ମହାଖୁଡ଼ଙ୍କ ସମେତ ପ୍ରକାଶ ଚନ୍ଦ୍ର ସାହୁ, ସୁନ୍ଦର ସିଂ ପୋଢ଼, ପ୍ରଭାସ କୁମାର ମହାଖୁଡ ଓ ସମସ୍ତ ଗ୍ରାମ ବାସୀବୃନ୍ଦ ସହଯୋଗ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.