ଚାଲିଛି ତୁଳାପଡା ଜାଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଧି

ଓଡିଆ ବାର୍ତ୍ତା/ କଳାହାଣ୍ଡି ( ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ବସ୍ତି ମଧ୍ୟରେ ରହିଥିବା ନବନିର୍ମିତ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି । ତୁଳାପଡା ବସ୍ତି ଭିତରେ ରହିଥିବା ବହୁ ପୁରାତନ ୧୯୫୨ ମସିହାର ଜଗନ୍ନାଥ ମନ୍ଦିର ସମୟ କ୍ରମେ ଜରାଶିର୍ଣ୍ଣ ହୋଇ ପରିତ୍ୟକ୍ତ ହୋଇ ପଡିଥିଲା । ୨୦୦୨ ରେ ପୁରାତନ ମନ୍ଦିରକୁ ଭାଙ୍ଗି ତୁଳାପଡା ମନ୍ଦିର ପରିଚାଳନା କମିଟିର ଉଦ୍ୟମ କ୍ରମେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ବିଗ୍ରହ କିନ୍ତୁ ସେହି ବିଗ୍ରହ ହିଁ ପୂଜା ପାଇ ଆସୁଛନ୍ତି । ଏହି ନୂତନ ଓ ଭବ୍ୟ ମନ୍ଦିର ପ୍ରତିଷ୍ଠା ନେଇ ଏକ ୧୦ ଦିନିଆ ପ୍ରତିଷ୍ଠା ଉତ୍ସବ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ୧୪/୫ ଶନିବାର କାୟାଶୁଦ୍ଧି ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେଗତକାଲି ରବିବାର ଭବ୍ୟ କଳସ ଯାତ୍ରା ବାଲସିଙ୍ଗା ହରିହର କ୍ଷେତ୍ରରୁ ତୁଳାପଡା, କୁସୁମପଡା, ବାଲସିଙ୍ଗା ପ୍ରଭୃତି ଗ୍ରାମର ୧୦୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ୩.୫ କିମି ଦୀର୍ଘ ପଥ ଶଙ୍ଖ, ଘଣ୍ଟ ଓ ସଂକୀର୍ତ୍ତନ ବାଦନ ରେ ସଂଧ୍ୟା ୫ ଘଣ୍ଟାରୁ କଳସ ଯାତ୍ରାରେ ଆସି ଜଗନ୍ନାଥ ମନ୍ଦିରରେ ରାତି ୯ ଘଣ୍ଟା ସମୟରେ ପହଞ୍ଚି କଳସ ସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତୁଳାପଡା ସମିତି ସଦସ୍ୟ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓତଃପ୍ରୋତ ଭାବରେ ସାମିଲ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଜି ୧୬/୫ ସୋମବାର ଯଜ୍ଞାରମ୍ଭ ହୋଇଥିବା ବେଳେ ୧୭/୫ ତୋରଣାଦି ସ୍ଥାପନ, ୧୮/୫ ବୁଧବାର ପାର୍ଶ୍ୱ ଦେବାଦେବୀଙ୍କ ନ୍ୟାସ ଓ ମନ୍ଦିର ଶୌଦ୍ଧ, ୧୯/୫ ଗୁରୁବାର ସିଂହାସନ ନ୍ୟାସ, ଶିଳାନ୍ୟାସ ଓ ଯୁପ ସ୍ଥାପନ, ୨୦/୫ ଶୁକ୍ରବାର ନୀଳଚକ୍ର ଓ ଦଧିନଉତି ସ୍ଥାପନ, ଧ୍ୱଜା ଉତ୍ତୋଳନ, ନାମଯଜ୍ଞ ଆରମ୍ଭ, ମହାପ୍ରଭୁଙ୍କ ସିଂହାସନ ବିଜେ, ଅୟନାଂଶ ସଂଶୋଧିତ, ୨୩/୫ ସୋମବାର ପୂର୍ଣ୍ଣାହୂତି ଓ କର୍ମସ୍ଥାପନ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇସାରିଛି । ଏହାବାଦ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଦିନ ମଞ୍ଚ ଉପରେ ପ୍ରବଚନ ଓ ପାରାୟଣ ଓ ସାମୁହିକ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି । ତୁଳାପଡାର ବସ୍ତି ମଧ୍ୟସ୍ଥ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ନର୍ଲା ତଥା ଆଖପାଖ ସମସ୍ତ ଅଞ୍ଚଳର ଜନସାଧାରଣଙ୍କୁ ପରିଚାଳନା କମିଟି ଓ ତୁଳାପଡା ଗ୍ରାମବାସୀଙ୍କ ତରଫରୁ ଏଥିରେ ସାମିଲ ହେବାପାଇଁ ନିବେଦନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.