ଡିଗିରାପଡା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିଲା

ନଗର ଭ୍ରମଣ କଲା ଦଧିହାଣ୍ଡି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ମଇ ୧୩ରୁ ଆରମ୍ଭ ହୋଇଥିଲା ୧୬ ପ୍ରହର ନାମଯଜ୍ଞ । ଆଜି ସୋମବାର ୧୬ ମଇ ସକାଳ ୭ ଘଣ୍ଟା ସମୟରେ ନାଯଜ୍ଞର ପୂର୍ଣ୍ଣାହୂତି ପଡିଛି । ପୂର୍ଣ୍ଣାହୂତି ପଡିବା ପରେ ଦଧିହାଣ୍ଡିକୁ ନେଇ କର୍ତ୍ତା ଦମ୍ପତି ଶ୍ରୀମତି ରୁକ୍ମୁଣି ରଣା ଓ ମଧୁରଣା ବିଞ୍ଝାଲପଡା, ମାଝୀପଡା, ବସ୍ତିପଡା, ଗେଟପଡା ପ୍ରବୃତି ବୁଲାଇଥିଲେ । ସମସ୍ତ ପଡାର ପ୍ରତି ଘର ଦୁଆରେ ଝୋଟି, ମୁରୁଜ ପକାଇ କଳସ ସ୍ଥାପନା କରି ଦଧିହାଣ୍ଡିକୁ ବନ୍ଦାପନା କରି ସ୍ୱାଗର ସମ୍ବର୍ଦ୍ଧନା କରିଥିଲେ । ଦିନ ୧୨ ଘଣ୍ଟା ସମୟରେ ଦଧିହାଣ୍ଡି ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ମଣ୍ଡପରେ ଦଧିହାଣ୍ଡି ଭଗ୍ନ କରାଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଥମ କରି ଡିଗିରାପଡାରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ପଡାବାସୀଙ୍କ ମଧ୍ୟରେ ଅନେକ ଉସରାହ ଓ ଉଦ୍ଦୀପନା ରହିଥିଲା । ଡିଗିରାପଡାରେ ୧୬ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଭାବରେ ମଣ୍ଡପ ସାଜସଜ୍ଜା କରାଯାଇଥିଲା । ୧୩ ଶୁକ୍ରବାର ସଂଧ୍ୟା ୫.୧୫ ସମୟରେ କଳସ ଯାତ୍ରା ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଇ ୧୪ ସକାଳ ୭ ଟାରେ ନାମ ଆରମ୍ଭ କରାଯାଇଥିଲା । ୧୪ ଓ ୧୫ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଥିଲା । ଆଜି ସୋମବାର ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡିଛି । ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ଉପସଭାପତି ଭାବରେ ଗୋବିନ୍ଦ ବଚ୍ଛା, ସାଧାରଣ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା, ଯୁଗ୍ମ ସଂପାଦକ ଭାବରେ ଜୟସେନ ସ୍ୱାଇଁ, କୋଷାଧ୍ୟକ୍ଷ ଭାବରେ ଲଖପତି ପଧାନ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୁସୁମପଡାର ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ତିନିଗୋଟି ଝିଅ ଦଳ ସହିତ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଡିଗିରାପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.