ଓଡ଼ିଆ ବାର୍ତ୍ତା/ କଟକ: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱାବିଦ୍ୟାଳୟରେ ଅଧ୍ୟାନରତ ସ୍ନାତକ ପ୍ରଥମ ବର୍ଷର ଛାତ୍ର ତଥା “କବିତା ଝଙ୍କାର ସାହିତ୍ୟ ସଂସଦ” ପ୍ରତିଷ୍ଠାତା ଶିବାତ୍ମକ ପଣ୍ଡା “ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର” ସମ୍ମାନରେ ସମ୍ମାନିତ ହୋଇଛନ୍ତି । କଟକ ସରଳା ଭବନ ଠାରେ ସନ୍ଥ କବି ଭୀମଭୋଇ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀରେ ସେ ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଅଲେଖ ଧର୍ମର ବହୁ ସାଧୁସନ୍ଥ ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ସାହିତ୍ୟିକମାନେ ଯୋଗଦାନ କରିଥିଲେ। ସମାବେଶଟି ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଶୈଳୀରେ ପାଳିତ ହୋଇଥିଲା । ଏହି ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଠାରୁ ଶ୍ରୀ ପଣ୍ଡା ସମ୍ମାନ ଗ୍ରହଣ କରିଥିଲେ । ଏହି ସଭାରେ ପରିଷଦର ସଭାପତି ଗାୟତ୍ରୀ ସିଂହ ମଧ୍ୟ ଉପସ୍ଥିତ ଥିଲେ ।