ଜୁଆ ଆଡ୍ଡାରେ ଚଢ଼ଉ, ୬ ଜୁଆଡି ଗିରଫ

୮ବାଇକ ଓ ୯୫ହଜାର ଟଙ୍କା ଜବତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜୁଆ ଆଡ୍ଡା ଉପରେ ଚଢାଉ । ୬ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଖେଳରେ ବ୍ୟବହୃତ ତାସ,ଏକ ପଲିଥିନ, ୯୫ହଜାର ଟଙ୍କା ଓ ୮ବାଇକକୁ ଜବତ କରିଛି ପୋଲିସ । ତେବେ କିଛି ଜୁଆଡି ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗୋଲାମୁଣ୍ଡା ଥାନା ଘୋଟିଆ ମଣ୍ଡି ନିକଟରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିଲା । ଏନେଇ ଖବର ପାଇ ପୋଲିସ ଚଢାଉ କରିଥିଲା । ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ତେବେ ପୋଲିସର ଏହି ଚଢାଉରେ ୬ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଘଟଣାସ୍ଥଳରୁ ୬ଟି ମୋବାଇଲ ଫୋନ ସହ ବାଇକ ମଧ୍ୟ ଜବତ କରାଯାଇଛି ଓ ୬ଜଣକୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.