ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରାକ୍ଟର ଆରୋହୀଙ୍କ ମୃତ୍ୟୁ, ବାଇକ ଚାଳକ ଗୁରୁତର

ଦୁର୍ଘଟଣା ଘଟାଇଥିବା କାର୍ ଫେରାର

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବଡମୁଣ୍ଡା ଛକ ନିକଟରେ ଏକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଆଜି ଅପରାହ୍ନରେ କୋନ୍ଦିଓଡା ପଟରୁ ଏକ ଟ୍ରାକ୍ଟର ଆସୁଥିବା ବେଳେ ଚନ୍ଦାହାଣ୍ଡି ପଟୁ ଏକ କାର୍ ଯାଉଥିଲା। ବଡମୁଣ୍ଡା ଛକରେ ଏକ ବାଇକରେ ତେନ୍ତୁଳିପଡା ଗ୍ରାମର ଭୁବନେ ଝରିଆ ନିଜ ବାଇକରେ ବସିଥିବା ବେଳେ ଟ୍ରାକ୍ଟର ଭାରସାମ୍ୟ ହରେଇ ବାଇକକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଥିବା କେନାଲ ଭିତରେ ଓଲଟି ପଡିଥିଲା। ଟ୍ରାକ୍ଟରରେ ୪ ଜଣ ବସିଥିବା କୋନ୍ଦିଓଡା ଗ୍ରାମର ରୁପ ସିଂ ମାଝୀଙ୍କ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଖିରସିନ୍ଧୁ କାଣ୍ଡ ଗୁରୁତର ଆହତ ହୋଇଥିଲେ।


ବାଇକରେ ବସିଥିବା ତେନ୍ତୁଳିପଡା ଗ୍ରାମର ଭୁବନେ ଝରିଆଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ସେପଟେ ଦୁର୍ଘଟଣା ଘଟେଇଥିବା କାର୍ ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଖବର ପାଇ ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ, ଏଏସ ଆଇ ଲଳିତ ମୋହନ ପଣ୍ଡା ଆହତଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡା ପୀର ପ୍ରସାଦ କବି ଶତପଥୀ ପ୍ରାଥମିକ ଚିକିତ୍ସା ପରେ ଗୋଡ ଭାଙ୍ଗି ଥିବା ଭୁବନେଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ବେଳେ ଖିରସିନ୍ଧୁ କାଣ୍ଡ ଚନ୍ଦାହାଣ୍ଡିରେ ଚିକିତ୍ସିତ ହେଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.