ଓଗାଳପଡ଼ା ଗ୍ରାମରେ ମା’ ବାସେଳୀ ଦେବୀଙ୍କ ଚ଼ଇତି ପର୍ବ

ଓଡ଼ିଆ ବାର୍ତ୍ତା/ ଜଟଣୀ: ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ପଞ୍ଚାୟତର ଓଗାଳପଡ଼ା ଗ୍ରାମର ମା’ ବାସେଳୀ ଦେବୀଙ୍କ ଚ଼ଇତି ପର୍ବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ସୂଚ଼ନା ମୁତାବକ ମା’ ବାସେଳୀ ଦେବୀଙ୍କ ଏହି ପର୍ବ ପ୍ରତିବର୍ଷ ଭଳି ଚ଼ଳିତ ବର୍ଷ ଚ଼ୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ବୈଶାଖ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମା’ଙ୍କ ନିକଟରେ ପାଳନ କରାଯାଏ। ଏକ ମାସ ଧରି ମା’ ଓଗାଳପଡ଼ା ଗ୍ରାମ ସହିତ ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥାନ୍ତି। ମା’ ଙ୍କର ମୁଖ୍ୟ ଭୋଗ ହେଉଛି ପଣା ଭୋଗ। ପୂଜକଙ୍କ ମତ ଅନୁଯାୟୀ ମା’ ବାସେଳୀ ଦେବୀ ଏକମାସ ଧରି ବିଭିନ୍ନ ଗ୍ରାମ ପରିଭ୍ରମଣ କରି ବୈଶାଖ ମାସ ପୂର୍ଣ୍ଣିମା ଦିନ ମା’ ଙ୍କର ଏହି ପର୍ବ ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ ଏବଂ ତା’ପରେ ମା’ ତାଙ୍କ ଆସ୍ଥାନଙ୍କୁ ଫେରିଯାଆନ୍ତି। ଏହି ପର୍ବରେ ଓଗାଳପଡ଼ା ଗ୍ରାମ ସହ ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମା’ଙ୍କର ମୁଖ୍ୟ ପୂଜକ ସନ୍ତୋଷ ବେହେରା, ତୋଫାନ ଦଳେଇ, ଗଙ୍ଗାଧର ବେହେରା, ମନମୋହନ ବେହେରା, କାଶୀନାଥ ସାମଲ ପର୍ବକୁ ପରିବେଷଣ କରିବା ସହ ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.