ଭାନପୁର ମିଶନ ଶକ୍ତି ଗୃହ ଉଦ୍ଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ବାହାର କରିଛନ୍ତି । ମହିଳା ମାନଙ୍କୁ ପ୍ରାଧାନ୍ୟତା ଦେଇ ଜୀବୀକା ମିଶନ ପ୍ରକଳ୍ପ ଜରିଆରେ ସ୍ୱାବଲମ୍ବି କରୁଛନ୍ତି । ମଣ୍ଡି ଗୁଡିକରେ ପ୍ୟାକ୍ସ ମାଧ୍ୟମରେ ଧାନ କଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି । ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଗଠିତ ହୋଇଛି ମିଶନ ଶକ୍ତି । ମିଶନ ଶକ୍ତି ମଧ୍ୟରେ ରହିଥିବା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକ ଏକତ୍ରୀତ ହୋଇ ସେମାନଙ୍କ ମିଟିଂ, ସ୍ୱାବଲମ୍ବୀ ହେବାପାଇଁ ଝାଡୁ ତିଆରି, ମହମ ବତୀ ତିଆରି, ପାମ୍ପଡ, ଆଚାର ତିଆରି କରି ଜୀବୀକା ନିର୍ବାହନ ପାଇଁ ଗୋଷ୍ଠି ଗୁଡିକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରତି ଗ୍ରାମ ପଞ୍ଚାୟତ ସ୍ତର ଓ ବ୍ଲକ୍ ସ୍ତରରେ ନିର୍ମାଣ କରାଯାଇଛି ମିଶନ ଶକ୍ତି ଗୃହ । ଏହି କ୍ରମରେ ନର୍ଲା ବ୍ଲକର ବ୍ଲକ୍ ସ୍ତରୀୟ ଗୃହ ନର୍ଲା ଚାରିଛକ ସ୍ଥିତ ଓଭରହେଡ ପାଣି ଟାଙ୍କି ପାଖରେ ସରକାରୀ ଜାଗାରେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି କ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଠାରେ ମଧ୍ୟ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ଗୃହ । ଭାନପୁର ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ଗୃହକୁ ଆଜି ବୁଧବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ଉଦ୍ଘାଟନ କରିଛନ୍ତି ଭାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତରାମ ମାଝୀ ।ଇତ୍ୟବସରରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ ମିଶନ ଶକ୍ତି ସଂଯୋଜକ ରୋହିତ ବିଶ୍ୱାଳ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଭାନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ସୁନା, ଭାନପୁର ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁନୀତା ବେହେରା, ସମ୍ପାଦିକା ସୁନୀତା ବାରିକ ଓ ଅନ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ । ମିଶନ ଶକ୍ତି ଗୃହ ଉଦ୍ଘାଟିତ ହେବାପରେ ନୂତନ ଗୃହରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନର୍ଲା ସିଡିପିଓ ଶ୍ରୀମତୀ ବିଶ୍ୱାଳ ମିଶନ ଶକ୍ତିର କାର୍ଯ୍ୟଧାରା ଗୁଡିକ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.