ମାଁ କନକ ଦୁର୍ଗା ନକ୍ଆଉଟ୍ କ୍ରିକେଟ ଉଦଘାଟିତ

ଜୁନ୍ ୧ରେ ହେବ ଫାଇନାଲ ମ୍ୟାଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗାଁ ଖେଳପଡିଆଠାରେ ବୁଧବାର ମାଁ କନକ ଦୁର୍ଗା ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ସିଙ୍ଗାରି ଓ ବଙ୍କାକୁଣ୍ଡରୁ ଦଳ ମଧ୍ୟରେ ହୋଇଥିଲା। ସିଙ୍ଗାରି ଦଳ ଟସ୍ ଜିତି ବ୍ୟାଟିଂ କରି ୧୦ ଅଭରେର ୫୮ ରନ୍ କରିଥିବା ବେଳେ ଜବାବରେ ବଙ୍କାକୁଣ୍ଡରୁ ଦଳ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ଜୋନ୍ ୨ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଦେଇଥିବା ବେଳେ ସମ୍ମାନିତ ଅତିଥି ବିଜେପୁର ସରପଞ୍ଚ ଜନନୀ ମାଝୀ, ନାଏବ ସରପଞ୍ଚ ଭକ୍ତ ମାଝୀ, ଶିକ୍ଷକ କାଳିଦାସ ବାଗ ପ୍ରମୁଖ ଯୋଗଦେଇଥିଲେ । ବରୁଣ ନାଏକ ଓ ରାଜକିଶୋର ବାଗ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ମଳୟ ନାଏକ ଥିଲେ । ରମେଶ ବାଗ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ବିଜେପୁର ମାଁ କନକ ଦୁର୍ଗା ନକ୍ଆଉଟ୍ କ୍ରିକେଟ ସଂଘର ବରୁଣ ନାଏକ, ଜଗତରାମ ବାଗ, ରମେଶ ବାଗ, ଉମାକାନ୍ତ ନାଏକ, ମକର ନାଏକ, ରାଜକିଶୋର ବାଗ, ରାଜ ନାଏକ, ମହେଶ୍ୱର ନାଏକ, ଜଗନ୍ନାଥ ନାଏକ, ପଙ୍କଜ ବାଗ, ସୁକାନ୍ତ ନାଏକ, ଅମର ନାଏକ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଜୁନ୍ ୧ ତାରିଖ ଫାଇନାଲ ମ୍ୟାଚ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.