ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର କୋକସରା ବ୍ଲକ ମୋଟେରରେ ମଣ୍ଡି ଆରମ୍ଭ ହୋଇଛି। ୪ ଜଣ ଚାଷୀଙ୍କ ୩୦୦ କ୍ୱିଣ୍ଟାଲ ଧାନ ଯୋଗାଣ ବିଭାଗ ଦ୍ଵାରା କ୍ରୟ କରିଥିବା ସୁଚନା ମିଲିଛି। ଏହି ମଣ୍ଡି ଶୁଭାରମ୍ଭ ଅବସରରେ ସମବାୟ ସମିତି ଅନ୍ତର୍ଗତ ମୋଟେର ମଣ୍ଡି କୃଷକ ସଙ୍ଘ ସଭାପତି ଦୁଷ୍ମନ୍ତ କୁମାର ପାଟଯୋଶୀ, ସମ୍ପାଦକ ପରମେଶ୍ବର ବାଗ, ସୁଦର୍ଶନ ବେହେରା, ଚାଷୀନେତା ଦେବେନ୍ଦ୍ର ପାଟଯୋଶୀ, କୁଶ ବେହେରା, ପର୍ଶୁରାମ ଭଇସାଲଙ୍କ ସମେତ ପେକ୍ସ ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା ଉପସ୍ଥିତ ରହି ଅନୁଷ୍ଠାନିକ ଭାବରେ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ମୋଟେର ପେକ୍ସରେ ରବି ଋତୁ ଧାନ ବିକ୍ରୟ ପାଇଁ ମୋଟ ୩୬୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୩୦୯୭୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଥିବା ନେଇ ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।