ପରିତ୍ୟକ୍ତ ଡ୍ରେନ୍ ସଫା କରାଇଲେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା ଲାଞ୍ଜିଗଡ଼ରୋଡ଼ ମୁଖ୍ୟ ରାସ୍ତା କଡ଼ରେ ଥିବା ଡ୍ରେନ୍ । ମାଟି କାଦୁଅ ସହ ପ୍ଲାଷ୍ଟିକ ବୋତଲ, ଜରି ଆଦିରେ ଦୀର୍ଘ ଦିନ ଧରି ଭରପୁର ରହିବା ଫଳରେ ରାସ୍ତା ଉପରେ ବୋହି ଚାଲିଥିଲା ନର୍ଦ୍ଦମା ପାଣି । ଏଇ ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ନୂଆ ହସ୍ପିଟାଲ, କାକଭଟା, ଗଜରାଜପୁର ଆଦି ଗାଁକୁ ଲୋକେ ଯାତାୟତ କରିଥାନ୍ତି । ସେହିପରି ପ୍ରତି ରବିବାର ଦିନ ଏଇ ରାସ୍ତା ଉପରେ ସାପ୍ତାହିକ ବଜାର ବସିଥାଏ । ମାଟି କାଦୁଅରେ ଡ୍ରେନ ଭରି ହୋଇ ରହି ପୋତି ହୋଇ ପଡ଼ିବା ଯୋଗୁଁ ବର୍ଷା ଦିନରେ ଅଞ୍ଚଳବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏ ସଂପର୍କରେ ଅଭିଯୋଗ ହେବା ପରେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଆଜି ନିଜେ ଉପସ୍ଥିତ ରହି ଡ୍ରେନ୍ ସଫା କରାଇଥିଲେ । ସରପଞ୍ଚଙ୍କ ଏତାଦ୍ରୁଶ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ଆଜି ସରପଞ୍ଚଙ୍କ ଉପସ୍ଥିତି ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ୱାର୍ଡ ସଭ୍ୟ ଶ୍ରୀକର ମହାନନ୍ଦ, ସମାଜସେବୀ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଗଉଡ଼, ପ୍ରବଣ କୁମାର ରାଉତ, ସାମ୍ବାଦିକ ନିଲେଶ କୁମାର ନାଗ, କେଶବ ବାରିକ, ସୈାରଭ ପ୍ରଧାନ, ଟିମା ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.