ଲାଞ୍ଜିଗଡ଼ରୋଡ଼ ଷ୍ଟେସନର ମାହେଶ୍ୱରୀପୁର ଫାଟକରେ ହେବ ଅଣ୍ଡର ବ୍ରିଜ ନିର୍ମାଣ

ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନର ତଦାରଖ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ ରେଳ ଜଙ୍କସନ ନିକଟରେ ଥିବା ମାହେଶ୍ୱରୀପୁର ରେଳ ଫାଟକରେ ଏବେ ନିର୍ମାଣ ହେବ ଏକ ରେଳ ଅଣ୍ଡର ବ୍ରିଜ। ଏଥିପାଇଁ ରେଳ ବିଭାଗ ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀ ମାନେ ତଦାରଖ ପାଇଁ ଆସି ପହଞ୍ଚିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ଵଜିତ ଦାସ ଏଥିରେ ଉପସ୍ଥିତ ରହି ଥିବା ବେଳେ ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗା, ନର୍ଲା ତହସିଲଦାର ତଥା ନର୍ଲା ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଏଥିରେ ଉପସ୍ଥିତ ରହି ସର୍ଜମିନ ତଦନ୍ତ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତି ସଦସ୍ୟ ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ନାଏବ ସରପଞ୍ଚ କେଶବ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ରେଳ ବିଭାଗର ଇଂଜିନିୟର ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ରେଳ ଅଣ୍ଡର ବ୍ରିଜ ନିର୍ମାଣ ସମ୍ପର୍କରେ ପ୍ରଶାସନ ତଥା ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ମାହେଶ୍ୱରୀପୁର ରେଳ ଫାଟକ ଠାରେ ଅଣ୍ଡର ବ୍ରିଜ ନିର୍ମାଣ ହେଲେ ଲାଞ୍ଜିଗଡ଼ରୋଡ ଠାରୁ ମାହେଶ୍ୱରୀପୁର ମାଡିବନ୍ଧା, କିଡିଙ୍ଗ ଆଦି ଅଞ୍ଚଳକୁ ସିଧାସଳଖ ଯୋଗାଯୋଗ ପାଇଁ ରାସ୍ତା ଫିଟିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.