ଆମ୍ମା ଭଗବାନ ଙ୍କ ପୂଜା ଅନୁଷ୍ଠିତ

କର୍ଲାମୁଣ୍ଡା, ୧୭/୧୧ :

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଭଟାପଲା ଗ୍ରାମ ଧରଣୀ ପଡା ରେ ଆମ୍ମା ଭଗବାନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ଅଛି ଆମ୍ମା ଭଗବାନ ଙ୍କ ଠାରେ ଯେ କୌଣସି ବ୍ୟକ୍ତି ନିଜର ଦୁଃଖ, ବ୍ୟାଧି, ସନ୍ତାନ ପ୍ରାପ୍ତି ଆଦି ପାଇଁ ମାନସିକ ରଖିଲେ ମାନସିକ ପୂରଣ ହୋଇଥାଏ। ସେଥିପାଇଁ ବହୁ ଦୂରଦୂରନ୍ତର ରୁ ଲୋକେ ଏହି ଗ୍ରାମକୁ ଧାଇଁ ଆସିଥାନ୍ତି।

Pearl dental clinic
Near Ashish Medical Store, Bhawanipatna

ଏଥର ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏଥିରେ ଟିଟିଲାଗଡ ଅଞ୍ଚଳର କିଛି ଭକ୍ତ ଯୋଗଦେବା ସହ ଆମ୍ମା ଭଗବାନ ଙ୍କ ଗୁଣ ଗାରିମା ଉପରେ ଲୋକଙ୍କୁ ବୁଝାଇଥିଲେ।
ଏଥିରେ ପୂଜକ ତପବନ୍ତ ଭୋଇ, ସୁମିତା ଭୋଇ,ସତ୍ୟବାନ ଭୋଇ,ପୁଷ୍ପା ଭୋଇ ତାଙ୍କ ପାରିବାରିକ ସହଯୋଗ ରେ ଶ୍ରୀକାନ୍ତ ,ଇନ୍ଦ୍ରଜିତ,ସାରଙ୍ଗ, ବିରେନ, ଦ୍ରୋଣ, ମନୋଜ, ଲୋକନାଥ, ଧରେନ୍ଦ୍ର ଆଦି ଭକ୍ତ ମାନେ ସହଯୋଗ କରିଥିଲେ । ଆମ୍ମା ଭଗବାନ ଙ୍କ ମୂଳ ମନ୍ତ୍ର ହେଉଛି ” ଓଁ ସଚ୍ଚିଦାନନ୍ଦ ପରମ ବ୍ରହ୍ମ ପୁରୁଷୋତ୍ତମ ପରଆତ୍ମମ।ଭାଗବତେ ସମେତ ଶ୍ରୀ ଭାଗବତେ ନମଃ ।”

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.