ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ୟୁନିସେଫ ସହଯୋଗରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ଥାନୀୟ ପ୍ଳାନିଙ୍ଗ ଅଫିସ କନ୍ଫରେନ୍ସ ହଲଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ପ୍ଲାନିଂ ଅଫିସର ଶ୍ରୀକାନ୍ତ ଦଳେଇ, ସମ୍ମାନୀତ ଅତିଥି ଭାବେ ୟୁନିସେଫ ପ୍ରୋଜେକ୍ଟ ମୁଖ୍ୟ ପ୍ରକାଶ ପ୍ରଧାନ, ଜୀବନ ଜୀବିକା ମିଶନର କୁମୁଦିନୀ ମିଶ୍ର, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଏ. ଉପାଧ୍ୟାୟ, ରିସର୍ଚ୍ଚ ପର୍ସନ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅଜିତ କୁମାର ଉତ୍ତରୀୟ, ଓରମାସର ସିଇଓ ଯେ. କେରକେଟା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ସ୍ବେଛାସେବୀ ସଂଗଠନ, ଯୁବ କ୍ଲବ ଏବଂ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ବର୍ତ୍ତମାନର ସମୟରେ ଯୁବଗୋଷ୍ଠୀ ମଧ୍ୟରେ ଧର୍ଯ୍ୟ ଏବଂ ସହନଶୀଳତାର ଅଭାବ ଦେଖା ଦେଉଛି। ଶିକ୍ଷା ସମାପ୍ତ ପରେ ସରକାରୀ ଓ ବେସରକାରୀ ଚାକିରୀ ସମେତ କର୍ମନିଯୁକ୍ତି ପାଇଁ ଏବେ ବ୍ୟାପକ ସୁଯୋଗ ରହିଛି। ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖାଦେଇଥିବାରୁ ଛାତ୍ରଛାତ୍ରୀମାନେ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବା ଆବଶ୍ୟକ। ଏହାଛଡା ଆତ୍ମନିଯୁକ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ରହିଥିବାରୁ ତାହାର ସୁଯୋଗ ନେବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ସମାଜରେ ପ୍ରତିଷ୍ଠିତ ହେବାପରେ ନିଜ ପିତାମାତା, ଶିକ୍ଷାନୁଷ୍ଠାନ, ମାତୃଭୂମି, ମାତୃଭାଷା, ରାଜ୍ୟ ଓ ଦେଶପ୍ରତି ଅନୁଗତ୍ୟ ରଖିବାକୁ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଶେଷରେ ନେହେରୁ ଯୁବ କେନ୍ଦ୍ରର ଲେଖାପାଳ ଦ୍ଵିତୀୟା ବନଛୋର ଧନ୍ୟବାଦ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.