ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସ୍ବାଗତ ଆଇଟିସି ସମ୍ମିଳନୀ କକ୍ଷରେ ଓଡ଼ିଆ ବାର୍ତ୍ତାର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡିଆ ବାର୍ତ୍ତା ପକ୍ଷରୁ ୨୦୨୨ ମସିହା ପାଇଁ ସମାଜସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ତଥା ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ ଓ ବିଶିଷ୍ଟ ବାଗ୍ମୀ ତଥା ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ, କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଶିଷ୍ଟ କବି ଡ. ଭବାନୀଶଙ୍କର ନିଆଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ବନଛୋର ପ୍ରମୁଖ ମଞ୍ଚାସୀନ ରହି ମନୋଜ କୁମାର ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁର ବିଶିଷ୍ଟ ବ୍ୟକ୍ତି ଡମ୍ବରୁଧର ପଟ୍ଟନାୟକଙ୍କ ସୁପୁତ୍ର ମନୋଜ ଜୀବନର ଆଦ୍ୟ ଭାଗରୁ ସମାଜସେବାରେ ମନୋନିବେଶ କରି ଦୁଃଖି ମଣିଷର ସେବା କରି ଆସୁଛନ୍ତି। ସ୍ଵର୍ଗଦ୍ଵାର ସେବା ସଂଗଠନର ମୁଖ୍ୟ ଭାବେ ସେ କରୋନା ମୃତକଙ୍କ ଶବ ସତ୍କାର କରି ସାରା ରାଜ୍ୟର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟି ଥିଲେ। ତାଙ୍କର ଜୀବନବ୍ୟାପୀ ସେବା ଅବଦାନକୁ ସମ୍ମାନ ଜଣାଇ ଓଡିଆ ବାର୍ତ୍ତା ପରିବାର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ତାଙ୍କୁ ‘ସମାଜସେବା ସମ୍ମାନ-୨୦୨୨’ରେ ସମ୍ମାନୀତ କରିଛି।