କାର୍ଡିନାଲ୍‌ ପାହ୍ୟାକୁ ଯିବେ ୨ ଭାରତୀୟ ପାଦ୍ରୀ

ଓଡ଼ିଆ ବାର୍ତ୍ତା/ ଭଟିକାନ୍‌ ସିଟି: ପୋପ୍‌ ଫ୍ରାନ୍ସିସଙ୍କ ଦ୍ୱାରା ଆଗାମୀ ଅଗଷ୍ଟ ମାସରେ ଭଟିକାନର ଏକ ଉତ୍ସବରେ କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨୧ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ପାଦ୍ରୀ ଥିବା କଥା ଘୋଷଣା କରାଯାଇଛି । ଏହି ୨ଜଣ ଭାରତୀୟ ହେଉଛନ୍ତି ଗୋଆ ଓ ଡାମାଓର ଆର୍କବିସପ୍‌ ଫିଲିପ୍‌ ନେରି ଆଣ୍ଟୋନିଓ ସେବାସ୍ତିଆଓ ଡି ରୋଜାରିଓ ଫେରାଓ ଏବଂ ହାଇଦ୍ରାବାଦର ଆର୍କବିସପ୍‌ ଆନ୍ଥୋନି ପୂଲା । ରେଜିନା କୋଲିଦ ଶେଷରେ ପୋପ୍‌ ଫ୍ରାନ୍ସିସ୍‌ କହିଥିଲେ, ନୂତନ କାର୍ଡିନାଲ୍‌ ସୃଷ୍ଟି କରିବା ନିମନ୍ତେ ଅଗଷ୍ଟ୨୭ ତାରିଖ ଦିନ ସେ କନ୍ସିଷ୍ଟୋରି ବୈଠକ ଆୟୋଜନ କରିବେ । ଏହାଛଡ଼ା, ଅଗଷ୍ଟ ୨୯ ଓ ୩୦ ତାରିଖ ଦିନ ସେ ନୂଆ ଆପୋଷ୍ଟୋଲିକ୍‌ କନ୍‌ଷଫିଚ୍ୟୁସନ୍‌ ପ୍ରେଡିକେଟ୍‌ ଇଭାଞ୍ଜେଲିୟମ୍‌ରେ ସାମିଲ୍‌ ହେବାକୁ ଥିବା ସମସ୍ତ କାର୍ଡିନାଲ୍‌ଙ୍କୁ ଭେଟିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.