ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ଓଡ଼ିଶା ମନ୍ତ୍ରିମଣ୍ଡଳରେ ହୋଇଛି ବଡ଼ ପରିବର୍ତ୍ତନ । ଆଜି ପୂର୍ବାହ୍ନ ୧୧.୪୫ରେ ନବୀନ ସରକାରରେ ଶପଥ ନେଇଛନ୍ତି ୨୧ ମନ୍ତ୍ରୀ । ଏଥି ମଧ୍ୟରୁ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ୮ ଜଣ ରହିଛନ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) । ନୂଆ ମନ୍ତ୍ରିମଣ୍ଡରେ ଯୁବ ଏବଂ ମହିଳାଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏଥର ୬ଜଣଙ୍କୁ ପ୍ରଥମ ଥର ସୁଯୋଗ ମିଳିଥିବାବେଳେ ୫ ଜଣ ମହିଳାଙ୍କୁ ଗୁରୁତ୍ଵପୂର୍ଣ୍ଣ ବିଭାଗ ମିଳିଛି।
ନୂତନ ମନ୍ତ୍ରୀ ମଣ୍ଡଳ
ନିରଞ୍ଜନ ପୂଜାରୀ – ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ – କୃଷି ଓ କୃଷକ ସଶକ୍ତିକରଣ
ପ୍ରମିଳା ମଲ୍ଲିକ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଉଷା ଦେବୀ – ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ – ଇସ୍ପାତ, ଖଣି ଓ ପୂର୍ତ
ପ୍ରତାପ ଦେବ – ଶିଳ୍ପ, ଶକ୍ତି ଓ ଏମଏସଏମଇ
ଅତନୁ ସବ୍ୟସାଚୀ ନାୟକ – ଖାଦ୍ୟଯୋଗାଣ ଓ ସମବାୟ
ପ୍ରଦୀପ ଅମାତ – ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
ନବକିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା – ବିଜ୍ଞାନକାରିଗରୀ, ସାଧାରଣଉଦ୍ୟୋଗକ
ଟୁକୁନି ସାହୁ – ଜଳସମ୍ପଦ ଓ ବାଣିଜ୍ୟ ପରିବହନ
ରାଜେନ୍ଦ୍ର ଢୋଲକିଆ – ଯୋଜନା ଓ ସମନ୍ୱୟ
ଜଗନ୍ନାଥ ସାରକା – ଏସସିଏସଟି ବିକାଶ ଓ ଆଇନ
ସମୀର ରଞ୍ଜନ ଦାସ – ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ ପାତ୍ର – ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ଅବକାରୀ
ପ୍ରୀତିରଞ୍ଜନ ଘଡେଇ – ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତାବିକାଶ
ଶ୍ରୀକାନ୍ତ ସାହୁ – ଶ୍ରମ ମନ୍ତ୍ରୀ
ତୁଷାରକାନ୍ତି ବେହେରା – ଆଇଟି, କ୍ରୀଡ଼ା ଓ ଯୁବ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ
ରୋହିତ ପୂଜାରୀ – ଉଚ୍ଚଶିକ୍ଷା ମନ୍ତ୍ରୀ
ରୀତା ସାହୁ – ହସ୍ତତନ୍ତ ଓ ବୟନଶିଳ୍ପ
ବାସନ୍ତୀ ହେମ୍ବ୍ରମ୍ – ମହିଳା ଓ ମିଶନଶକ୍ତି