ଶ୍ରମିକ ବଦଳରେ ମେସିନ୍ କରୁଛି କାମ: ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ କାମ କରୁଛି ଜେସିବି ମେସିନ୍ । ସେପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୂଚନା ଫଳକ ଲାଗିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ଅଞ୍ଚଳରେ । ସୂଚନା ପ୍ରକାରେ ବାଲିଗୁଡ଼ା ବ୍ଳକର ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ବାରଖମା ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କ ନାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲା କିନ୍ତୁ କାର୍ଯ୍ୟାଦେଶ ନାମକୁ ମାତ୍ର । ହିତାଧିକାରୀଙ୍କ ବଦଳରେ ଏଠାରେ କାମ କରୁଛନ୍ତି ଠିକାଦାର ତାହା ପୁଣି ଜେସିବି ମେସିନ ଦ୍ବାରା । ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଣିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ଠିକାଦାର ଓ ବିଭାଗୀୟ ଅଧିକାରିଣୀଙ୍କ ମଧୁ ଚନ୍ଦ୍ରିକାରେ ଶ୍ରମିକ ହତାଶ । ସେପଟେ ଘଟଣାକୁ ତିବ୍ର ବିରୋଧ କରିଛନ୍ତି ଜନତା । କାର୍ଯ୍ୟାଦେଶ ନାକଚ କରିବା ସହ ଘଟଣାର ତଦନ୍ତ କରିବାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.