ଏକବିଂଶ ଶତାବ୍ଦୀରେ +୨ ପରେ କ୍ୟାରିଅର ଅପସନ୍ସ

✍🏾ଡା ଇପସିତା ପ୍ରଧାନ

ଏଇ ଦୁଇ-ଚାରି ଦିନତଳେ ଜଣେ ବନ୍ଧୁ ଫୋନ କରିଥିଲେ। କଥା ହେବା ଭିତରେ ସେ ଚିନ୍ତା ଜାହିର କରିଥିଲେ କେମିତି ଏଇ ବର୍ଷ +୨ ପାସ୍ କରିବାକୁ ଥିବା ତାଙ୍କ ସାନଭାଇ ମେଡିକାଲ କିମ୍ବା ଇଞ୍ଜିନିୟରିଂ ଆଡମିସନ୍ କରିଯାଉ। ଯାହା ତାଙ୍କ କଥାରୁ ବୁଝିଲି, ସାନ ଭାଇଟିର କ୍ୟାରିୟରକୁ ନେଇ ତା’ର ନିଜସ୍ବ ଇଚ୍ଛା କିମ୍ବା ଲକ୍ଷ୍ୟ ବିଷୟରେ କେହି କେବେ ଗୁରୁତ୍ୱ ଦେଇ ନାହାନ୍ତି। +୨ ସରିଲା ପରେ ସମସ୍ତେ ଏଇ ପର୍ଯ୍ୟାୟ ଦେଇ ଗତି କରନ୍ତି ଯେ ୟା ପରେ କ’ଣ ପଢିବେ, କ’ଣ କଲେ ପଢା ସରୁସରୁ ଚାକିରୀଟେ ପାଇପାରିବେ। 

ଏବେଠୁ କିଛି ବର୍ଷ ତଳେ ଲୋକେ କେବଳ ଡାକ୍ତର, ଇଞ୍ଜିନିୟର, ଆଇ ଏ ଏସ୍, ଟିଚର, ରେଲୱେ, ବ୍ୟାଙ୍କିଙ୍ଗ୍, ଓକିଲ, ପୁଲିସ ଏଇପରି କେତୋଟି କ୍ୟାରିଅରକୁ ହିଁ ପ୍ରାଧାନ୍ୟ ଦେଉଥିଲେ। ରିଆଲିଟି ସୋ, ନ୍ୟୁଜ ଚ୍ୟାନେଲ, ଇଣ୍ଟରନେଟର ବହୁଳ ପ୍ରଚାର ପରେ ହିଁ ସଙ୍ଗୀତ, ନୃତ୍ୟ, ଆକ୍ଟି°, ଜର୍ନାଲିଜିମ୍, ସ୍ପୋର୍ଟ୍ସ ଆଦିକୁ କ୍ୟାରିଅର ହିସାବରେ ବାପା-ମା’ ମାନେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। +୨ ପରେ ନିଜର ପାଠପଢ଼ା ଓ କ୍ୟାରିୟର ବାଛିବା ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ସଠିକ୍ ଚୟନ ଯେଉଁଠି ସୁନ୍ଦର, ଉଜ୍ଜ୍ବଳ ଜୀବନ ଆଣେ ସେଇଠି ଗୋଟିଏ ଛୋଟ ଭୁଲ ନିଷ୍ପତ୍ତି ନିରାଶା ଓ ବିଫଳତା ଆଣିଥାଏ। 

ଆଜିର ଦୁନିଆ, ଚଳଣି ତଥା ସମାଜର ଗତି ଖୁବ ବଦଳିଛି। ସେଇ ଅନୁସାରେ କ୍ୟାରିଅର ଅପସନ୍ସ ଓ ଟ୍ରେଣ୍ଡ୍ ମଧ୍ୟ। ଏକବିଂଶ ଶତାବ୍ଦୀର ସେମିତି କେତୋଟି ନୂଆ ଓ ଅଣପାରମ୍ପରିକ କ୍ୟାରିଅର ଅପସନ୍ସ ଗୁଡିକ ହେଲା: 

ଅର୍ଗାନିକ୍ ଫାର୍ମି°

ପର୍ମାକଲ୍ଚର ଡେଭେଲପର

ରାଇଟର୍/ କଣ୍ଟେଣ୍ଟ ରାଇଟର୍

ମେଡିକାଲ ଟ୍ରାନ୍ସକ୍ରିପସନ୍

ଫ୍ୟୁଜନ ଇଞ୍ଜିନିୟର

ଅଣ୍ଡରଓ୍ବାଟର ଆର୍କିଓଲୋଜିଷ୍ଟ

ଇନଫରମେସନ୍ ବ୍ରୋକର

ରୋବଟ ଟେକନିସିଆନ୍

ଏଥିକାଲ୍ ହ୍ୟାକର୍

ଫଟୋଗ୍ରାଫି/ ଫଟୋ ଜର୍ନାଲିଜିମ୍

ବ୍ଲଗର୍/ ଭ୍ଲଗର୍ 

ଇଣ୍ଟେରିଅର / ଜୁଏଲାରି ଡିଜାଇନର୍ 

ଡିଜିଟାଲ ଆର୍ଟିଷ୍ଟ/ ଡିଜାଇନର୍/ ମ୍ୟାନେଜର, ଗ୍ରାଫିକ୍ସ ଡିଜାଇନର୍

 ଇଭେଣ୍ଟ ମ୍ୟାନେଜର/ ପ୍ଲାନର୍

ଚାଇଲ୍ଡ/ ଆଡୋଲୋସେଣ୍ଟ୍ କାଉନସେଲର୍

ଲିଜର/ ରିଟାୟରମେଣ୍ଟ/ରେଲୋକେସନ୍ କାଉନସେଲର୍

ରୁରାଲ୍ ଟୁରିଜିମ୍ ପ୍ଲାନର୍ 

ଗାର୍ଡେନ୍ ପ୍ଲାନର୍

ପେଟ୍ ଏକ୍ସପର୍ଟ/ ଡେ କେୟାର 

ଫିଜିଓଥେରାପିଷ୍ଟ/ ଫିଜିକାଲ୍ ଟ୍ରେନର

ଫୁଡ୍ ଡିଜାଇନର୍/ ନ୍ୟୁଟ୍ରେସନିଷ୍ଟ, 

ଅର୍ଗାନିକ୍ ଫୁଡ୍/ ସ୍କିନକେୟାର ପ୍ରଡକ୍ଟ ଡେଭେଲପର୍ 

ଆଣ୍ଟିକ ରିଷ୍ଟୋରେସନ୍/ ପ୍ରିଜର୍ଭ 

ଟ୍ରାଡିସନାଲ୍ ପେଣ୍ଟି° ଆଣ୍ଡ ଟେକ୍ସଟାଇଲ୍ ଡିଜାଇନର୍ 

କ୍ରାଫ୍ଟ ଭିଲେଜ ଡେଭଲପର୍

+୨ ପରୀକ୍ଷା ପରେ ଚିହ୍ନା-ପରିଚିତ, ବନ୍ଧୁ-ବାନ୍ଧବ ବହୁତ ଜଣ ନିଜନିଜ ଅନୁସାରେ କୋର୍ସ ଓ କ୍ୟାରିଅର ବାଛିବାର ଉପଦେଶ ଦିଅନ୍ତି। କିନ୍ତୁ ଅନ୍ୟର କଥାରେ ହଠାତ ପ୍ରଭାବିତ ହୋଇ କିମ୍ବା ଚାପରେ ଆସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସବୁବେଳେ ନିଜର ଲକ୍ଷ୍ୟ, ନିଜର କର୍ଯ୍ୟକ୍ଷମତା ଓ ବୁଝିବା ଶକ୍ତି ଅନୁସାରେ ବାପା-ମା’ଙ୍କ ସହ ଆଲୋଚନା ଓ ପରାମର୍ଶ ନେଇ ନିର୍ଣ୍ଣୟ ନିଅନ୍ତୁ। ବହୁତ ସମୟରେ ଦେଖାଯାଏ ଯେ, ପରିବାର ଓ ବାପା-ମା’ଙ୍କ ଜୀବନ ତଥା ପ୍ରଫେସନ୍ ଛୁଆମାନଙ୍କୁ କ୍ୟାରିଅର ବାଛିବାରେ ପ୍ରଭାବିତ କରିଥାଏ। ଯେମିତିକି ବାପା-ମା’ ଶିକ୍ଷକ କିମ୍ବା ଡାକ୍ତର ହୋଇଥିଲେ ପିଲାମାନେ ମଧ୍ୟ ସେଇ ପ୍ରଫେସନ୍ କୁ ବାଛି ନିଅନ୍ତି। ବହୁତ ସମୟରେ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ମଣିଷର ନିଷ୍ପତ୍ତି ନେବାକୁ ପ୍ରଭାବିତ କରେ। ଆଉ ବହୁତ ସମୟରେ ଗୋଟିଏ ପରିବାରର ଦୁନିଆ, ସମାଜର ବିଭିନ୍ନ ବର୍ଗ ସହ ପରିଚିତି ବଢିବା ସହ ଚିନ୍ତାରେ ପରିବର୍ତ୍ତନ ମଧ୍ୟ ନୂତନ ଅପସନ୍ସ ସହ ପରିଚିତ କରାଏ ଓ କ୍ୟାରିଅର ବାଛିବାରେ ସାହାଯ୍ୟ କରେ। 

ବାପା-ମା’ ମଧ୍ୟ ନିଜ ସନ୍ତାନର ଲକ୍ଷ୍ୟ, ଭାବନା ଓ ଇଚ୍ଛାକୁ ସମ୍ମାନ ଦେଇ ତା’ର ମନ୍ତବ୍ୟ ବି ଶୁଣିବା ଦରକାର। ଯେକୌଣସି କୋର୍ସ କିମ୍ବା କ୍ୟାରିଅରର ଉଭୟ ଭଲ ଓ ମନ୍ଦ ଦିଗ ଆଲୋଚନା ସହ ସମୟକ୍ରମେ ଭ୍ୟବିଷ୍ୟତରେ ତାର ଉପଯୋଗୀତା ଉପରେ ମଧ୍ୟ କଥା ହେବା ଆବଶ୍ୟକ। କେବେବି ଅତୀତରେ ନିଜେ ପୂରା ନ କରିପାରିଥିବା ଇଚ୍ଛାଟିକୁ ସନ୍ତାନ ଉପରେ ଲଦି ଦିଅନ୍ତୁ ନାହିଁ। ସବୁ ମଣିଷର ଇଚ୍ଛା, ବୁଦ୍ଧି, କାମ କରିବାର କ୍ଷମତା ଅଲଗା। ତେଣୁ ପଡୋଶୀଘର ଛୁଆ ସହ ନିଜ ଛୁଆକୁ ତୁଳନା କରନ୍ତୁ ନାହିଁ। ଏହା ଆପଣଙ୍କ ସନ୍ତାନର ମାନସିକ ଅଭିବୃଦ୍ଧିରେ ବ୍ୟାଘାତ ଆଣିବ। ଅନେକ ସ୍କୁଲ ଓ ସ°ସ୍ଥା (ଅନଲାଇନ ମଧ୍ୟ) ଏବେ କ୍ୟାରିଅର କାଉନସିଲି°ର ସେସନ୍ ମାନ ଆୟୋଜନ କରୁଛନ୍ତି, ଯାହା ପିଲାମାନଙ୍କୁ ବିଭିନ୍ନ ଅବସର ସହ ପରିଚିତ କରାଇବା ସହ ସେମାନଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ ମଧ୍ୟ କରେ।

ଭୁବନେଶ୍ୱର
ipsitadr@yahoo.in
                   
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.