ଲାଞ୍ଜିଗଡ଼ରୋଡ଼ରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟା ମୁକ୍ତା ଭୋଇ ମହିଳା ମହାସଂଘର ସମ୍ପାଦକ କେତକୀ ଗହିର ଯୋଗ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ସରୋଜିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକକୁ ପରିଚାଳନା କରିଥିଲେ ଏମ୍ ବିକେ ସନ୍ତୋଷୀ ଗହିର। ଏହି ଅବସରରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ସାମିଲ ଗ୍ରାମିୟ ସ୍ତରୀୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ଏହି ଅବସରରେ ୧୧ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ୠଣ ଦିଆଯାଇଥିଲା। ଏଥିରେ ସିଆରପି ଟେବନ୍ତି ଗଉଡ଼, ମାନସୀ ଗହିର, ଧରଣୀ ବଗର୍ତ୍ତୀ, ପୂର୍ଣ୍ଣମୀ ବଗର୍ତ୍ତୀ, ପଙ୍କଜିନୀ ନିଆଲ ସରସ୍ବତୀ ନାଏକ ଲିଲି ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.