ସିନ୍ଧିବାହିଲଠାରେ କଳାହାଣ୍ଡି ପୋଲିସର ପକ୍ଷରୁ ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବେଡାଗାଁ ପଞ୍ଚାୟତ ସ୍ଥିତ ସିନ୍ଧିବାହାଳୀ ଗ୍ରାମଠାରେ କଳାହାଣ୍ଡି ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡେପୁଟି କମାନଡେଣ୍ଟ ହୂରସିକେଶ ବରାଳ ଯୋଗଦେଇଥିବା ବେଳେ ଲାଞ୍ଜିଗଡ ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ବେଡାଗାଁ ସରପଞ୍ଚ ସୁବାସିନୀ ମାଝୀ, ସମିତି ସଭ୍ୟା ମୁନି ମାଝୀ, ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ ମାଝୀ,ଏସଆଇ ଖଗେଶ୍ୱର ବିଶ୍ୱାଳ, ସୁବେଦାର ସୁଶାନ୍ତ ରାଉତ, ବୁଧରାଜ ମାଝୀ, ବୁଧେଶ୍ୟାମ ମାଝୀ ପ୍ରମୁଖ ପୋଲିସ ପକ୍ଷରୁ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ, ମହିଳା, ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ଓ ମାନ୍ୟଗୁଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମାନଙ୍କୁ କମଳ, ଛତା, ଟର୍ଚ୍ଚ ଲାଇଟ ବଣ୍ଟନ କରାଯଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଖାତା, ପେନ, ପେନସିଲ ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା। ଯୁବଗୋଷ୍ଠୀକୁ ନେଇ ଏକ ଭଳିବଳ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବଚକା ଓ ସିନ୍ଧିବାହାଳୀ ମଧ୍ୟରେ ଭଳିବଲ ମ୍ୟାଚ ଖେଳା ଯାଇଥିଲା। ବଚକା ଦଳ ଏଥିରେ ଵିଜୟ ଲାଭ କରିଥିଲା। ଉଭୟ ଦଳର ଖେଳାଳି ମାନଙ୍କୁ କଲାହାଣ୍ଡି ପୋଲିସ ପକ୍ଷରୁ ଟି. ସାର୍ଟ, ଭଲିବଲ ଓ ନେଟ୍ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ମନରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥଲା। ବିଭିନ୍ନ ଗ୍ରାମର ଯୁବକ, ଯୁବତୀ, ଛାତ୍ରଛାତ୍ରୀ ନୁର୍ତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଯୁବକ, ଯୁବତୀ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଶ୍ୱନାଥପୁର ଥାନା ଅଧିକାରି ରୁନୁ ମାଝୀ ସମ୍ବଲପୁରୀ ରଙ୍ଗବତୀ ଗୀତରେ ହାତରେ ହାତ ମିଶାଇ ନାଚିବାର ଦେଖିବାକୁ ମିଳିଥିଲା। କଲାହାଣ୍ଡି ପୋଲିସ ପକ୍ଷରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ତରଫରୁ ଖୁସିବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.