ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲାର ବୈଠକ ଆଜି ବୋଲଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ ମହାପାତ୍ର, ଉପସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସଂଗଠକ ଲୋକଜିତ୍ ପରିଡ଼ା, ସନାତନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ସଂଘର ସଂଗଠନକୁ ମଜଭୁତ କରିବା ସହ ଅନ୍ତର୍ନିବେଶୀ ଶିକ୍ଷାର ମହତ୍ତ୍ବ ଓ ଗୁରୁତ୍ବ ବିଷୟରେ ଏକ ସଚ଼େତନତା କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚ଼ନା କରାଯାଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ କୌଣସି ଗୁଣରେ କମ୍ ନୁହଁନ୍ତି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ଦେଲେ ସମାଜରେ ସ୍ବାବଲମ୍ବୀ ହୋଇପାରିବେ।‌ ଉକ୍ତ ସଭାରେ ଆରପିଡବ୍ଲୁଡି ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ସଂଘ ତରଫରୁ ଅନୁରୋଧ କରାଗଲା। ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ ବୋଲି ସଂଘର କର୍ମକର୍ତ୍ତା ମତ ରଖିଥିଲେ। ଏହି ଅବସରରେ ୪୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.