ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଅଲ୍ ଓଡ଼ିଶା ଇପିଏଫ ପେନସନରସ ଏସୋସିଏସନ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂଘର ଦାବୀ ଉପସ୍ଥାପନା ନେଇ ଅଭିନବ ଢ଼ଙ୍ଗରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟ କାର୍ଡ ପ୍ରେରଣ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଶାଖା ସଭାପତି ବୈଦ୍ୟ ନାଥ ଦାସଙ୍କ ଆହ୍ବାନ କ୍ରମେ ଜିଲ୍ଲା କମିଟି ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖକୁ ୫୦୦ରୁ ଅଧିକ ପୋଷ୍ଟ କାର୍ଡ କେସିଙ୍ଗା ମୁଖ୍ୟ ଡାକଘର ଚିଠି ବାକ୍ସରେ ପଠାଯାଇଛି। ଉକ୍ତ ଚିଠିରେ ବିଭିନ୍ନ ଦାବୀ ସବୁ ଉପସ୍ଥାପନ କରାଯାଇଛି ଯଥା; ସର୍ବନିମ୍ନ ୯୦୦୦ ଟଙ୍କା ପେନସନ ସହ ମାହାଙ୍ଗା ଭତ୍ତା ପ୍ରଦାନ, ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ସହିତ ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇବା ଇତ୍ୟାଦି। ଚଳିତ ଜୁନ ମାସରେ ଆହୁରି ୧୦୦୦ରୁ ଉର୍ଦ୍ଧ୍ବ ପୋଷ୍ଟ କାର୍ଡ ପ୍ରଧାମନ୍ତ୍ରୀଙ୍କ ପାଖକୁ ପଠାଯିବ ବୋଲି ସଂଘ ସଭାପତି ପ୍ରକାଶ କରିଛନ୍ତି। ଏହି ଅବସରରେ ବିସିସି ବ୍ୟାଙ୍କ ର କେଶରୀ ସାହୁ, ନିରଞ୍ଜନ ମହଲା, ଗଜିନ୍ଦ୍ର ବାରିକ, ଉତ୍ତର କୁମାର ମହଲା, ରମାକାନ୍ତ ଗୌଡ଼, ପୁରୁଷୋତ୍ତମ ମହଲାଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।