କଳାହାଣ୍ଡି,୧୭/୧୧:
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ଗ୍ରାମରେ ପବିତ୍ର ଗୋଷ୍ଟାଷ୍ଟମୀ ପୂଜା ଭକ୍ତିମୟ ପରିବେଷ ମଧ୍ୟରେ ଅନୁଷ୍ଠିତ ହେଉଛି । କାର୍ତିକ ମାସ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ଗୋଷ୍ଟାଷ୍ଟମୀ ବା ଗୋପାଷ୍ଟମୀ ପର୍ବ ପାଳିତ ହୁଏ । ଏହି ଦିନ ପ୍ରାତଃ କାଳରୁ ଗୋ ମାତାକୁ ସ୍ନାନ କରାଇଵା ପରେ ଜଳ, ଶସ୍ୟ, ଘାସ, ଧୁପ ଓ ଦୀପ ସହ ପୂଜା କରା ଯାଇଥାଏ । ଗୋମାତା ଙ୍କ ଚାରି ପାର୍ଶ୍ୱ ରେ ପରିକ୍ରମା କଲେ ମାନବ ଜାତି ସମସ୍ତ ଙ୍କର ଦୁଃଖ, କଷ୍ଟ ଦୂର ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ବିଶ୍ବାସ ରହିଛି ଏହାସହ ସନ୍ଧ୍ୟା ସମୟରେ ଗୋମାତା ଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
ଆମର ପ୍ରାଚୀନ ସଂସ୍କୃତି ପରଂପରାକୁ ଉଦ୍ଜିବୀତ କରିବାରେ ଏହି ଉତ୍ସବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅତିତରେ ଗୋପାଳନ ଓ କୃଷି ଭାରତୀୟ ସଂସ୍କୃତି ଓ ଅର୍ଥନୈତିକ ପ୍ରଗତୀର ମହାନ ଅଂଶ ଭାବେ ରହିଆସିଛି । ଭଗବାନ ଶ୍ରୀକୃଷ୍ଣ , ବଳରାମ ଓ ଗୋମାତା ସନାତନ ଧର୍ମଧାରାର ମହାନ ଦେବତାର ଆସନରେ ଉପବେସନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଷ୍ଠାଷ୍ଟମୀ ଏକ ମହାନ ପାର୍ବଣର ରୂପ ନେଇ ସନାତନ ଧର୍ମାବଳମ୍ବୀଙ୍କ ବିଶ୍ବାସର ପ୍ରତୀକ ଭାବେ ଅନାଦୀ କାଳରୁ ଆଜି ପର୍ଯ୍ୟନ୍ତ ଜନମାନସରେ ସ୍ବତନ୍ତ୍ର ସ୍ଥାନ ଅଧୀକାର କରିପାରିଛି ।