ଝଡ଼ ତୋଫାନ: ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ ତାର, ରାସ୍ତା ଅବରୋଧ, ବିଦ୍ୟୁତ୍ ସରବରାହ ବ୍ୟାହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଅପରାହ୍ନରେ ପ୍ରବଳ ଝଡ଼ ତୋଫାନ ସହିତ ବର୍ଷା ଯୋଗୁଁ ଲାଞ୍ଜିଗଡ଼-ବିଶ୍ବନାଥପୁର ରାସ୍ତାର ବିଶ୍ବନାଥପୁର ମେଡିକାଲ ଛକ ନିକଟରେ ଏକ ଗଛ ପଡ଼ିଯିବାରୁ ରାସ୍ତା ଅବରୋଧ ହୋଇଥିଲା । ଏହା ସହିତ ଗଛଟି ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଉପରେ ପଡ଼ିଯିବାରୁ ତାର ଛିଣ୍ଡି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ଘଣ୍ଟାଏ କାଳ ରାସ୍ତା ଅବରୋଧ ହୋଇ ରହିଥିବାବେଳେ ଗଛ କଟାଯିବା ପରେ ରାସ୍ତା ଅବରୋଧ ହଟିଛି । ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାର ଯୋଡ଼ାଯିବା ପରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.