ଜାତୀୟ ରାଜପଥ ଉପରେ ଦିନ ଦ୍ଵିପ୍ରହରେ ଟଙ୍କା ଲୁଟ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ରାୟପୁର ଗୋପାଳପୁର ୫୯ ନଂ ଜାତୀୟ ରାଜପଥ ରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର। ପ୍ରାପ୍ତ ସୂଚନା ମତେ କର୍ଲାବହାଲି ଗ୍ରାମ ର ଜଗଦୀଶ ସାହୁ (୬୫) ଓ ଅମିତ୍ ସାହୁ (୨୫) ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁ ୪୯ ହଜାର ଟଙ୍କା ଉଠାଣ କରି ଅପରହ୍ନ ୧:୩୦ ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଅଁଲାପାଲି ଗ୍ରାମ ସଢେଲ ଜଙ୍ଗଲ ନିକଟ ଜାତୀୟ ରାଜପଥ ଉପରେ ପୂର୍ବରୁ ପିଛା କରୁଥିବା ୩ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକରେ କୁକୁଡ଼ା ମଡେଇଛ କହି ଗାଡ଼ି ଅଟକେଇ ମାଡ଼ ମାରିବା ସହ ଉକ୍ତ ୪୯ ହଜାର ଟଙ୍କା ଛଡେଇ ଫେରାର ମାରିଥିଲେ। ତାଙ୍କୁ ପିଛା କରିବା ପାଇଁ ଅମିତ୍ ଚାହିଁଥିଲେ ସୁଦ୍ଧା ତାଙ୍କ ବାଇକ ଷ୍ଟାର୍ଟ ହୋଇ ନଥିଲା। ପରେ ସେହି ରାସ୍ତା ଦେଇ ଆସୁଥିବା ଜଣେ ସାମ୍ବାଦିକଙ୍କୁ ଘଟଣା କ୍ରମ ବିଷୟରେ କହିବା ପରେ ଉକ୍ତ ସାମ୍ବାଦିକ ଜଣକ ସ୍ଥାନୀୟ ପୁଲିସକୁ ଫୋନ ଯୋଗେ ଖବର ଜଣେଇ ଥିଲେ। ଲୁଟ୍ କରି ଲୁଟେରା କେସିଙ୍ଗା ପଟକୁ ପଳେଇ ଯିବା ଜଣାପଡିଛି। ଖବର ପାଇ ଥାନା ଅଧିକାରୀ ତୁରନ୍ତ ନିକଟସ୍ତ ଫାଣ୍ଡି ଓ ଥାନା ଗୁଡ଼ିକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ଏହାପରେ ଲୁଟ୍ ର ଶିକାର ହୋଇଥିବା ଦୁଇ ବ୍ୟକ୍ତି ନିରାଶ ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.