ଆତ୍ମହତ୍ୟା ପୂର୍ବରୁ ନିଜ ଝିଅ ଓ ସ୍ତ୍ରୀକୁ ଶେଷ ମେସେଜ କରିଥିଲେ ରାଇମୋହନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାର ସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡା । ଘଟଣା ପରେ ପୂରା ସ୍ତବ୍ଧ ହୋଇଯାଇଛି ସାର ଓଲିଉଡ । ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଆତ୍ମହତ୍ୟା କଲେ ସେନେଇ ଟିମ୍ ଛାନଭିନ୍ କରୁଛି । ଆତ୍ମହତ୍ୟା ପୂର୍ବରୁ ନିଜ ଝିଅ ଓ ସ୍ତ୍ରୀକୁ ଶେଷ ମେସେଜ କରିଥିଲେ ରାଇମୋହନ । ମେସେଜରେ ଲେଖିଥିଲେ ‘ବାଏ’ । ତେବେ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ ରାଇମୋହନ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.