ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତ୍ରି-ଦିବସୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶା ର ଦକ୍ଷିଣସମ୍ଭାଗ ଅନ୍ତର୍ଗତ ରାୟଗଡ ସଂକୁଳ ର ତ୍ରି-ଦିବସୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାୟତ୍ରୀ ନଗର, ରାୟଗଡ ଠାରେ ଉଦଘାଟିତ ହୋଇଛି ।

Omkar Vasthu
Omkar Vasthu


ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନନୀୟ ପ୍ରଭାତ କୁମାର ଲେଙ୍କା ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଡ଼ାଇରେକ୍ଟଟର, ଡିଆରଡିଏ, ମୁଖ୍ୟ ବକ୍ତା ଦୀପକ କୁମାର ରାଉତ, ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ, ଦକ୍ଷିଣ ସମ୍ଭାଗ ସଭାପତି ରୂପ ସିଂ ରାଉତ, ସହ ଜିଲ୍ଲା ପ୍ରମୁଖ ନରେନ୍ଦ୍ର ନାଏକ, ରାୟଗଡ ସଂକୁଳ ପ୍ରମୁଖ ଜୟଦେବ ସିଠ, ଡ଼ଃ ସୁନୀଲ ପ୍ରସାଦ ମହାପାତ୍ର ସମ୍ପାଦକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର, ରାୟଗଡ ରାୟଗଡ ସଂକୁଳ ର ସଂକୁଳ ପ୍ରମୁଖ ସତ୍ୟ ନାରାୟଣ ସେଠୀ , ସୁଧୀର କୁମାର ନେଗୀ, ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାୟଗଡ, ରମେଶ କୁମାର ନନ୍ଦ, ଯୁଗ୍ମ ସମ୍ପାଦକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାୟଗଡ, ପ୍ରଣୀତା କୁମାରୀ ନାୟକ, ସଦସ୍ୟା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାୟଗଡ, ମିନତୀ ନନ୍ଦ, ସହ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ରାୟଗଡ, ରଘୁନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ, ଟିକିରି, ମାକା ମହେଶ୍ୱର ରାଓ ପ୍ରଧାନ ଆଚାର୍ଯ୍ୟ, କାଶୀପୁର, ସରୋଜ ପାଣିଗ୍ରାହୀ, ପ୍ରଧାନ ଆଚାର୍ଯ୍ୟ, ରାମକୃଷ୍ଣ ନଗର, ରାୟଗଡ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ମାନନୀୟ ଶ୍ରୀମାନ ଦୀପକ କୁମାର ରାଉତ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ, ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଡଃ ସୁନୀଲ ପ୍ରସାଦ ମହାପାତ୍ର ସ୍ୱାଗତ ଅଭିଭାଷଣ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ବିଦ୍ୟାଳୟ ର ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।ବ୍ୟକ୍ତିଗତ ଗୀତ ଗାନ ପରେ ମାନନୀୟ ଦୀପକ ଭାଇ ଭାରତ ର ଗୌରବମୟ ଇତିହାସ ବିଷୟରେ ସୁନ୍ଦର ଭାବରେ ନିଜ ଅଭିଭାଷଣ ରଖିଥିଲେ ।

Udyog Nursery
Udyogi Nursery


ମାନନୀୟ ଜୟଦେବ ସିଠ କାର୍ଯ୍ୟଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିବା ସହ କବିତା ମାଧ୍ୟମରେ ଆଚାର୍ଯ୍ୟ କିପରି ହେବା ଆବଶ୍ୟକ ଉପସ୍ଥାପନ କରିଥିଲେ । ମାନନୀୟ ସମ୍ଭାଗ ସଭାପତି ରୂପ ସିଂ ରାଉତ ଆଶୀବଚନ ପ୍ରଦାନ କରିଥିଲେ । ରଘୁନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ, ଟିକିରି ଧନ୍ୟବାଦ ଅର୍ପଣ କରିଥିଲେ । ସଂକୁଳ ସଂଯୋଜକ ମାନନୀୟ ସତ୍ୟ ନାରାୟଣ ସେଠୀ କାର୍ଯ୍ୟକ୍ରମ ର ସମ୍ପୂର୍ଣ୍ଣ ପରିଚାଳନା ତଥା ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.