କେଗାଁ ମୁଖ୍ୟ ବସ୍ତି ରାସ୍ତାର ଦୂରାବସ୍ଥା: ରାସ୍ତା କୋଡି ଦେଇଛନ୍ତି ଠିକାଦାର, ହିନସ୍ଥା ହେଉଛନ୍ତି ଜନତା, ଏପଟେ କାମ ଉଧାଉ ନାହିଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ କେଗାଁ ପୁର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟ ବସ୍ତି ରାସ୍ତା ଦିର୍ଘ ଦିନ ହେଲା ଖାଲଖମାରେ ଭର୍ତ୍ତି ହୋଇ ରହିଥିଲା । ବର୍ଷା ଦିନ ହେଲେ ଯାତାୟତରେ ଅନେକ ଅସୁବିଧା ହେଉଥିଲା । ଏନେଇ ଅନେକ ଥର ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୧ ତାରିଖ ଦିନ ଏହାର ମରାମତି କାର୍ଯ୍ୟ ଏକ ଠିକାଦାର ଜରିଆରେ ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ପ୍ରାୟ ୨୫୦ ମିଟର ରାସ୍ତାକୁ ସଂପୃକ୍ତ ଠିକାଦାର ଜେସିବି ସାହାର୍ଯ୍ୟରେ କୋଡି ଦେଇଥିଲେ । ଏହି ରାସ୍ତାର ଏକ ପାଶ୍ୱକୁ କୋଡି ସଂପୃକ୍ତ ଠିକାଦାରଙ୍କ ଅଜିଯାଏଁ ଦେଖା ଦେଉନଥିବା ବେଳେ ଲୋକମାନଙ୍କୁ ଯାତାୟତରେ ଘୋର ଅସୁବିଧା ହେଉଛି । ଏହି ରାସ୍ତା ଉପରେ କେଗାଁ, ନୁଆଗାଁ, ବଡଚେରଗାଁ, ଚହକା ଓ ଉଛୁଲା ଗ୍ରାମପଞ୍ଚାୟତରେ ଲୋକେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ବଡ ଯାନ ଯିବା ଆସିବା କରିଥାଏ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ରାସ୍ତାର ଏକ ପାର୍ଶ୍ୱ କୋଡି ଖାଲ ହୋଇଥିବା ବେଳେ ରାସ୍ତା ମଝିରେ ବଡ ବଡ ମେଟାଲ ଓ ଉଭୟ ପାର୍ଶ୍ୱରେ ବଡ ମେଟାଲ ପଡି ରହିଥିବାରୁ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ସାଇକଲରୁ ତଳେ ପଡିଯାଉଥିବା ବେଳେ ବାଇକ ଚାଳକମାନଙ୍କୁ ମଧ୍ୟ ଘୋର ଅସୁବିଧା ହେଉଛି । ଏସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରି ବିଜୟ ପ୍ରଧାନଙ୍କୁ ପଚାରିବାକୁ ସଂପୃକ୍ତ ଠିକାଦାର ଜଣଙ୍କୁ ଶିଘ୍ର କାମ ସାରିବାକୁ ଆମ୍ଭ କହୁଛୁ କିନ୍ତୁ ଠିକାଦାର ଜଣକ କଥା ମାନୁନଥିବା କହିଥିଲେ । ଏଣୁ ପୁର୍ତ୍ତ ବିଭାଗ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କୁ ତାଗିତ କରି ଯଥା ଶିଘ୍ର କାର୍ଯ୍ୟ ସାରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.