ତେଲିସରାବାହାଲିରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ୭୩ତମ ବନ ମହୋତ୍ସବ ସପ୍ତାହ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ମ ରାମପୁର ବନାଞ୍ଚଳ ଅଧିନ ପୋଡଗୁଡି ଏଏନଆର ପ୍ଲାଣ୍ଟଷ୍ଟେସନ ତେଲିସରାବାହାଲି ସଂରକ୍ଷିତ ଜଙ୍ଗଲରେ ବନପାଳ ଲବ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ୫୦ ହେକ୍ଟର ଅଞ୍ଚଳରେ ୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ହୋଇଛି। ବିଶେଷକରି ଅଁଳା, କରଞ୍ଜ, ଶିଶୋ, କୁଲେର, ଡୁମେର, ପଣଷ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। କାର୍ଯ୍ୟକ୍ରମରେ ବନରକ୍ଷୀ ଶଙ୍କର ପ୍ରସାଦ ବାଗ, ବନ ସୂରକ୍ଷା ସମିତି ସଭାପତି ମାଧବ ସାହୁ, ଗ୍ରାମ୍ୟ ସଭ୍ୟ ରାଜକୁମାର ଦେହୁରିଆ, ଆମ ଜଙ୍ଗଳ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ, ଏନିମେଟର ରବିନ୍ଦ୍ର ସାହୁ,ଜଙ୍ଗଳ ବିଭାଗ ପାରାଷ୍ଟାଫ ସାଇଚରଣ ନାଏକ, ହାତୀ ରକ୍ଷକ ରଘୁମଣୀ ଦଣ୍ଡିଆ ପ୍ରମୁଖ ଚାରା ରୋପଣ କରିଥିଲେ। ବନ ମହୋତ୍ସବ କାର୍ଯ୍ୟକ୍ରମ ଶେଷରେ ସ୍ବେଚ୍ଛାସେବୀ ଟଙ୍କଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.