ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତ ସରକାରଙ୍କ ଯୁବ ବ୍ୟପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନି ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ତରଫରୁ ଆଜି ଗୋଲାମୁଣ୍ଡା ଥାନା ପଡିଆଠାରେ ୭୩ ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଛବି ଲାଲ ତାଣ୍ଡି ଓ ରଶ୍ମିତା ମାଝୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଏବଂ ସମ୍ମାନିତ ଅତିଥି ଭାବରେ କେଗାଁ ବନ ବିଭାଗର ଡେପୁଟି ରେଞ୍ଜର ଗୌରଚନ୍ଦ୍ର ସାହୁ ଉପସ୍ଥିତ ରହି ବୃକ୍ଷ ମଣିଷ ଏବଂ ପୃଥିବୀ ପାଇଁ କେତେ ଉପକାରୀ ସେନେଇ ଆଲୋକପାତ କରିବା ସହ ଥାନା ପଡିଆ ୫୦ରେ ଗୋଟି ଚାରା ଲଗାଇ ଥିଲେ । ଗୋଲାମୁଣ୍ଡା ଥାନା ଏସଆଇ ହେମନ୍ତ ହରିଜନ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଗୋଲାମୁଣ୍ଡା ବନ ବିଭାଗ କର୍ମଚାରୀ ଜିତୁ ନାୟକ ପ୍ରମୁଖ ବୃକ୍ଷ ରୋପଣରେ ସହଯୋଗ କରିଥିଲେ ।