ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ବେନିୟମ ଗିରଫର ତାତି: କେସିଙ୍ଗାରେ ପ୍ରତିବାଦ ସଭା, ରାଲି ଓ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବିରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଆଜି କେସିଙ୍ଗା ସାମ୍ବାଦିକ ଓ ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସଭାରେ ଦୈନିକ ଖବର କାଗଜ ‘ସମାଜ’ର କେସିଙ୍ଗା ପ୍ରତିନିଧି ଯଯାତି କେଶରୀ ଦେଓ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସମସ୍ତେ ଏକ ରାଲିରେ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏହି ରାଲିରେ ପୂର୍ବତନ ନଗର ପାଲ ରାମକୁମାର ଜେନ, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ଦୈନିକ ଖବର କାଗଜ ସମାଜର ସାମ୍ବାଦିକ ଜଯାତି କେଶରୀ ଦେଓ, ଜାତୀୟ କଂଗ୍ରେସ ନେତା ସୁରେଶ ରାଓ, ନିତିଦିନ ଖବର କାଗଜର ସାମ୍ବାଦିକ ଦୟା ଶୁନାନି, ଆଇନଜୀବୀ ସନ୍ତୋଷ ଦାସ, ବିଜେପିର ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, କେସିଙ୍ଗା ପ୍ରମେୟ ପ୍ରତିନିଧି ଗଜିନ୍ଦ୍ର ସାହୁ, କେସିଙ୍ଗା ଏନଏସି ର କାଉନସିଲର ଧରଣୀ ନାଏକ, ରୋହିତ ଜୈନ ଓ ଶମ୍ଭୁ ବଗର୍ତ୍ତିଙ୍କ ସମେତ ଜାତୀୟ କଂଗ୍ରେସ କର୍ମୀ ବସନ୍ତ ନାଏକ, ପ୍ରଗତିବାଦୀ ପ୍ରତିନିଧି ଡମ୍ବରୁଧର ଭୋଇ, କାମୟାବ ଟିଭି ପ୍ରତିନିଧି ମହମ୍ମଦ ଅଗାଜାନ, ବୁଦ୍ଧିଜୀବୀ ସୂର୍ଯ୍ୟକାନ୍ତ ଦାସ, କଂଗ୍ରେସର ଟିକେମନ ଦୀପ, ଶ୍ରୁତି ର ଜିଲ୍ଲା ପ୍ରତିନିଧି ମନୋଜ ସିଂହ, ପିଙ୍କୁ ପରିଡ଼ା,ଏଇ ଓଡ଼ିଶା ର କେସିଙ୍ଗା ପ୍ରତିନିଧି ପିଣ୍ଟୁ ପଟେଲ, ଆଇନଜୀବୀ ଯୁଗଳ ଦୀପ, ଉତ୍କଳ ସମାଜ ପ୍ରତିନିଧି ତେଜ ରାଜ ସାହୁ, ସମାଜ ଦୈନିକ ର ଉତ୍କେଲା ପ୍ରତିନିଧି ଅର୍ଜୁନ ପୋଢ଼ ଓ ବଡ଼ ଖବରର କେସିଙ୍ଗା ପ୍ରତିନିଧି ସଂଗ୍ରାମ କେଶରୀ ଦେଓଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.