ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ଲାଞ୍ଜିଗଡ ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ବିରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିବା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିବାଦ କରାଯିବା ସହ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବର କାଗଜର ସାମ୍ବାଦିକ, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ବିଶ୍ୱନାଥପୁର ଡାକ୍ତରଖାନା ଛକ ଠାରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଇ ନିର୍ଦୋଷରେ ଖଲାସ କରିବା ପାଇଁ ଦାବି କରାଯାଇଥିଲା।ଆଜିର ଏହି ଶୋଭାଯାତ୍ରାରେ ସିପିଆଇଏମ୍ ସମ୍ପାଦକ ପଦ୍ମନାଭ ବିଶ୍ୱାଳ, ଦେବାଧି ମାଝୀ, ଅତୁଳ ପାତ୍ର, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାର, କଂଗ୍ରେସ ନେତା ନିତ୍ୟାନନ୍ଦ ସାହୁ, କଂଗ୍ରେସ ନେତା ଚାଞ୍ଚେର ମାଝୀ ବରିଷ୍ଠ ଆଦିବାସୀ ନେତା ଶୁକ୍ରୁ ମାଝୀ, ବିଜେପି ନେତା ମଧୁସୂଦନ ବାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଳାସ ସାହୁ, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଆସୋସିଏସନ୍ ସଭାପତି ନୀଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ, ପ୍ରେସ୍ କ୍ଲବ କୋଷାଧ୍ୟକ୍ଷ ପରେଶ ନାୟକ, ପିଇଡବବ୍ଲୁ ମିଡ଼ିଆ ଏସୋସିଏସନ୍ ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ହୃଷିକେଶ ମାଝୀ, କ୍ଷମାନିଧି ମହାଖୁଡ଼, ଧର୍ମେନ୍ଦ୍ର ପଣ୍ଡା ରମେଶ ନାୟକ, କୋଦଣ୍ଡଧର ପ୍ରଧାନ, ମନୋଜ କୁମାର ଦୋରା, ଦିଲୀପ ହରିଜନ, ଦେବାନନ୍ଦ ମାଝୀ, ପ୍ରଭୁରଞ୍ଜନ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଭବାନୀପାଟଣାରୁ ଯୁବ ସାମ୍ବାଦିକ ତାପସ ମହାନ୍ତି ଯୋଗ ଦେଇଥିବା ବେଳେ ସାମ୍ବାଦିକ ସନ୍ତୋଷ ତୁଳଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.