ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକବାବା +୩ ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ଶିକ୍ଷାଶାସ୍ତ୍ର ଅଧ୍ୟାପକ ସମୀର ପଧାନ ଓ ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ ମଞ୍ଚାସୀନ ଥିଲେ। ବିଦାୟୀ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷା, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କିରାଣୀ ଭୁପିନ୍ଦ୍ର ରଣା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଡୋଲେଶ୍ୱର ରଣା, ଚମ୍ପୁଲାଲ ରଣା, ରାତ୍ର ଜଗୁଆଳି ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ।