ବିଶିଷ୍ଟ ରାଜନୀତିଜ୍ଞ ମଧୁସୂଦନ ପତିଙ୍କ ଆକସ୍ମିକ ଦେହାନ୍ତ 

ଓଡ଼ିଆ ବାର୍ତ୍ତା/ କଟକ: ୪୨ମୌଜା ଶାନ୍ତି କମିଟିର ସମ୍ପାଦକ, ବେଣ୍ଟକାର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ, ଗୋପବନ୍ଧୁ ସେବାଶ୍ରମର ପ୍ରତିଷ୍ଠାତା, ଅଖିଳ ଭାରତ କୃଷକ ସଭା କଟକ ଜିଲ୍ଲା ସଭାପତି, ସିପିଆଇ(ଏମ୍) କଟକ ଜିଲ୍ଲା ସଭାପତି ତଥା ବିଶିଷ୍ଟ ସମାଜସେବୀ ମଧୁସୂଦନ ପତିଙ୍କ ୭୨ ବର୍ଷ ବୟସରେ ଆକସ୍ମିକ ଦେହାନ୍ତରେ ସମଗ୍ର ୪୨ମୌଜା ତଥା କଟକ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମାଜସେବାରେ ନିଜ ଜୀବନକୁ ସେ ସମ୍ପୂର୍ଣ ଭାବେ ଉତ୍ସର୍ଗ କରିଦେଇଥିଲେ। ସ୍ବର୍ଗତ ଅମର ଆତ୍ମାର ସଦଗତି କାମନା କରି ୪୨ମୌଜା ତଥା କଟକ ଜିଲ୍ଲାର ବହୁ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ୪୨ମୌଜା ଏରଞ୍ଚ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ, ପୂର୍ବତନ ସଭାପତି ପଣ୍ଡିତ ଯୁଧିଷ୍ଠିର ପତି, ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର, ଶ୍ୟାମ ସୁନ୍ଦର ପରିଡ଼ା, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇ° ଅଶୋକ କୁମାର ବିଶ୍ଵାଳ, ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ଭାସ୍କର ଦାସ, ୪୨ ମୌଜା ବିକାଶ ପରିଷଦ ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର, ସମ୍ପାଦକ ସନ୍ତୋଷ କୁମାର ପତି, ଉପଦେଷ୍ଟା ସ୍ଵାଧୀନ ଶେଖର ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ଧୀରେନ୍ଦ୍ର ବେହେରା, ଜୟକୃଷ୍ଣ ପତି, ନାରାୟଣ ଭୋଇ, ବେଣ୍ଟକାର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବେହେରା, ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ରାଜ୍ୟ ସଭାପତି ଇ° ପ୍ରଦୀପ କୁମାର ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ବିଶିଷ୍ଟ କେନ୍ଦ୍ର ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ସି ପି ଆଇ ଏମ୍ ରାଜ୍ୟ ସମ୍ପାଦକ ଅଜିତ୍ ପଟ୍ଟନାୟକ, ବଦ୍ରି ନାରାୟଣ ଦାସ, ସୁରେଶ ପାଣିଗ୍ରାହି, ଡଃ ଅଜୟ କୁମାର ପତି, ଇ° ମନମୋହନ ପତି, ରାଘବ ଚନ୍ଦ୍ର ଦାଶ, ରାମଚନ୍ଦ୍ର ଦାଶ, କେନ୍ଦ୍ରାପଡ଼ା ପୂର୍ବତନ ବିଧାୟିକା ଶିପ୍ରା ମଲ୍ଲିକ, ଡାକ୍ତର ଜଗଦାନନ୍ଦ ଦାସ, ସଦର ବ୍ଲକ୍ ଚେୟାରମ୍ୟାନ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର, ପୂର୍ବତନ ସରପଂଚ ରାମଚନ୍ଦ୍ର ଗୋଛୟତ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଅଜୟ ଦଳାଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୀରବର ଲେଙ୍କା, ଶ୍ରମିକ ନେତା ପ୍ରଭାତ କୁମାର ଦେବତା, ସାମ୍ବାଦିକ ଚନ୍ଦ୍ରକାନ୍ତ ପଣ୍ଡା, ବନ୍ତୁଣିଆ ଗ୍ରାମ୍ୟ କମିଟି ମହନ୍ତ ହୃଦାନନ୍ଦ ବିଶ୍ଵାଳ, ପୂର୍ବତନ ସରପଂଚ ସର୍ବେଶ୍ଵର ପ୍ରଧାନ, ସମାଜସେବୀ ଦୀପକ୍ ଆଚାର୍ଯ୍ୟ,

ପର୍ଶୁରାମ ବେହେରା, କିଶୋର ବାରିକ, ସାମ୍ବାଦିକ ଆଲୋକ ନାୟକ, ବିଜେପି ମଣ୍ଡଳ ସଭାପତି ପୀୟୂଷ ରଞ୍ଜନ ପରିଡ଼ା, ଉଦୟ ସାସମଲ, ଇ° ସାଧୁ ଚରଣ ପତି, ବଟକୃଷ୍ଣ ପତି, ଗିରିଶ ଚନ୍ଦ୍ର ମହାନ୍ତି, ଦିଲିପ୍ କୁମାର ପତି, ମିହିର କୁମାର ପତି, ଦୀପକ୍ କୁମାର ପତି, ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ବିଷ୍ଠ୍ନୁ ଚରଣ ପତି, ପ୍ରଶାନ୍ତ କୁମାର ଦାସ, ବୈଷ୍ଟମ୍ବ ଚରଣ ପତି, ସୁଭାଶିଷ ପତି, ବିମଳ କୁମାର ପତି, ଶିଶିର କୁମାର ଭୋଇ, ସୁର ଭୋଇ, କାଳନ୍ଦୀ ଭୋଇ, ପାଗଳ ଭୋଇ, ଅଶୋକ କୁମାର ମହାନ୍ତି, ଅସୀମ କୁମାର ଦାସ, ଶରତ ବେହେରା, ବାଉରୀବନ୍ଧୁ ସ୍ବାଇଁ ଓ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.