ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଘଣ୍ଟମାଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟମାଲଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ବତନ୍ତ୍ର ଭାବରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ୨୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜିଠାରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ କରାଯାଇଛି। ଏହି କ୍ରମରେ ଘଣ୍ଟମାଳଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ତଥା ନର୍ଲା ଜୋନ-୨ ର ଜିଲ୍ଲା ପରିଷଦ ହରିଶଙ୍କର ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ତଥା ଜିଲ୍ଲା ଛାତ୍ର ଡିଜିଟାଲ ସେକ୍ରେଟାରୀ ରଞ୍ଜନ ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ସାଗର ହରପାଳ, ଦିବା ଭୋଇ ପ୍ରମୁଖ ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.