ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମର ଯୁବ ବିଜେଡି ସଂଗଠକ ବିଜୟ କୁମାର ସାହୁଙ୍କ ଗତ କିଛି ଦିନ ତଳେ ଅକାଳ ବିୟୋଗ ହୋଇଥିଲା। ଆଜି ସ୍ବର୍ଗତ ସାହୁଙ୍କ ଦଶାହ ଅବସରରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଯୁବ ବିଜେଡି ସଭାପତି ତାପସ ଭୋଇ, ପ୍ରେମାନନ୍ଦ ସାହୁ, ଅର୍ଜୁନ ସାହୁ, ରାମଗୋପାଳ ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ଓ ସନ୍ତାନଙ୍କୁ ଭେଟି ସମବେଦନା ଜଣାଇବା ସାହୁ ବିଧାୟକଙ୍କ ସହ ଭିଡ଼ିଓ କଲିଂରେ କଥା କରାଇଥିଲେ। ଏଥି ସହିତ ବିଧାୟକ ଦେଇଥିବା କୋଡିଏ ହଜାର ଟଙ୍କା ସ୍ବର୍ଗତ ସାହୁଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ। ପ୍ରକାଶଥାଉକି ଗତ ଜୁନ ୩୦ ତାରିଖ ଦିନ ବିଜୟ କ୍ଷେତରୁ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲ ନିଆଯାଉଥିବାବେଳେ ହୃଦଘାତରେ ପରଲୋକ ହୋଇଥିଲା। ସେ ବିଜେଡିର ଜଣେ ସକ୍ରିୟ କର୍ମୀ ଥିଲେ।