କୋଶଳ ଆନ୍ଦୋଳନ ସମୟରେ ଆଦିବାସୀ ନୃତ୍ୟକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଘଟଣାରେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ୫ ତାରିଖ ଦିନ ଭୁବନେଶ୍ଵରର ଠାରେ କୋଶଳ ରାଜ୍ୟ ଗଠନ ଦାବିରେ ଆନ୍ଦୋଳନ ହୋଇଥିବା ବେଳେ ଏଥିରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟକୁ ନେଇ ଅଶ୍ଲୀଳ ମନ୍ତବ୍ୟର ତାତି ଏବେ ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି। ଏହାକୁ ନେଇ ଆଦିବାସୀ ସଂଗଠନମାନେ ଦୁଇ ଅଭିଯୁକ୍ତଙ୍କ ନାମରେ ଏବେ ବିଭିନ୍ନ ଥାନାରେ ଏତଲା ଦାଏର କରିବାରେ ଲାଗିଛନ୍ତି। ଆଜି ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଥାନାରେ ଏନେଇ ଅଭିଯୋଗ ଦାୟାର କରିଥିବା ଜଣାପଡିଛି। ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ, ବରିଷ୍ଠ ଆଦିବାସୀ ନେତା ଶୁକ୍ରୁ ମାଝୀ, ପ୍ରଦୀପ ମାଝୀ, ତୁଳସୀ ମାଝୀଙ୍କ ସମେତ ନରେନ୍ଦ୍ର ମାଝୀ ଏବଂ ଅନ୍ୟମାନେ ଆଜି ଲାଞ୍ଜିଗଡ଼ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଆଜି ଆଦିବାସୀ ନେତା ମାନଙ୍କ ଠାରୁ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଏ ଦିଗରେ ବିହିତ କାର୍ଯ୍ୟନୁଷ୍ଠାନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.