ଉତ୍କେଲାରେ ଓବିସି ଏସଟି ଏସସି ମିଳିତ ମହାସଂଘର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡିରେ ଓବିସି, ଏସଟି ଓ ଏସସି ମାନଙ୍କୁ ସୁସଙ୍ଗଠିତ କରିବା ପାଇଁ ଚାଲିଛି ପ୍ରୟାସ। ଏଥିପାଇଁ ଗଠିତ ହୋଇଛି ‘ଓବିସି ଏସଟି ଏସସି ମିଳିତ ମହାସଂଘ’। ଏହି କ୍ରମରେ ଆଜି କେସିଙ୍ଗା ବ୍ଲକ ଉତ୍କେଲା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ସଂଘ ଉପଦେଷ୍ଟା ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ନରେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁରୋଧ ସାହୁ, ପୂର୍ଣ୍ଣ ପଟେଲ, ବେଲାଳସେନ ବେହେରା, ଗୋଲକ ପ୍ରଧାନ, ଘନଶ୍ୟାମ ଦୋରା, ନରେଶ ଶବର, ରୋମାଞ୍ଚଳ ଶବର, ଇଶ୍ଵର ମେହେର, ପାଣ୍ଡେ ଭାଟି, ଶରତ ଚନ୍ଦ୍ର ପ୍ରଧାନ, ଯତୀନ୍ଦ୍ର ବାରିକ, ଶିବ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଓବିସି ଏସଟି ଏସସିଙ୍କୁ ସରକାର ସାମ୍ବିଧାନିକ ହକ ଓ ଅଧିକାରରୁ ସର୍ବଦା ଅବହେଳିତ ଓ ଅଣଦେଖା କରୁଛନ୍ତି। ଜନଗଣନାରେ ଓବିସି ବର୍ଗକୁ କାହିଁକି ସାମିଲ କରାଯାଉ ନାହି। ୨୭% ସଂରକ୍ଷଣ ଓବିସି ପାଇଁ କାହିଁକି ଲାଗୁ କରୁ ନାହାନ୍ତି। ଏସଟି ବର୍ଗର ଜଳ, ଜଙ୍ଗଲ, ଜମିନ ଅଧିକାର କ୍ଷୂର୍ଣ୍ଣ କାହିଁକି କରାଯାଉଛି। ଶିକ୍ଷା, ଘରୋଇକରଣ, ସ୍ବାସ୍ଥ୍ୟ ଘରୋଇକରଣକୁ ବିରୋଧ କରାଯାଇଥିଲା। ପରେ ସର୍ବ ସମ୍ମତି କ୍ରମେ ଉତ୍କେଲା ଓ ଚାଞ୍ଚେର ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ଉତ୍କେଲା ପଞ୍ଚାୟତରୁ ସଭାପତି ଭାବରେ ଆଇନଜୀବୀ ଗୋଲକ ପ୍ରଧାନ, ଉପ ସଭାପତି ତ୍ରିନାଥ ମାଝୀ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମ୍ଭାର, ସାଧାରଣ ସମ୍ପାଦକ ଅର୍ଜୁନ ପୋଡ଼, ସମ୍ପାଦକ ଇଶ୍ଵର ମେହେର, ସହ ସମ୍ପାଦକ ଅଗସ୍ତି ସା, କୋଷାଧ୍ୟକ୍ଷ ମର୍ଦରାଜ୍ ସାହୁ, ଉପଦେଷ୍ଟା ଅନିରୋଧ ସାହୁ, ପୂର୍ଣ୍ଣ ପଟେଲ, ଦୂତୀଆ ଦୋରା, ରମେଶ କୁମ୍ଭାର, ତୋଫାନ କୁମାର, ଘନ ଶ୍ୟାମ ଦୋରା, ଭୁବନେ ଗୌଡ, ପଦ୍ମନ୍ ମାଝୀ ମୋନାନିତ ହୋଇଥିଲେ, ଚାଞ୍ଚେର ପଞ୍ଚାୟତର ସଭାପତି ଭାବରେ ଭଗବାନ ବାରିକ, ଉପସଭାପତି ଲିଙ୍ଗରାଜ ତାଣ୍ଡି, କାର୍ଯକାରୀ ସଭାପତି ରାଜକୁମାର ମାଝୀ, ସାଧାରଣ ସମ୍ପାଦକ ସୁରେଶ୍ଵର ଶବର, ସମ୍ପାଦକ ନିରାକାର୍ ପ୍ରଧାନ, ସହ ସମ୍ପାଦକ ଅଞ୍ଜନ କୁମାର ନାଗ, କୋଷାଧ୍ୟକ୍ଷ ସୁବନ୍ ନାଏକ ସଭ୍ୟ ଶିବ ପ୍ରସାଦ ସାହୁ, ପାଣ୍ଡେ ଭାଟି, ଦିଗମ୍ବର ମେହେର, ବରୁଣ ଗୌଡ, କେଦାର ମାଝୀ, ବାସୁଦେବ ମାଝୀ, ଭାସ୍କର କରୁଅନ, ପୁରୁଷୋତ୍ତମ କରୁଅନ୍, ଗୀତା ମାଝୀ, ଉପେନ୍ଦ୍ର ଭୋଇ, କନ୍ଦର୍ପ ସାହୁ, କୈଳାଶ ସାହୁ, ପ୍ରଦୀପ ପରଭୋଇ ଆଦି ମନୋନୀତ ହୋଇଥିଲେ, କାର୍ଯ୍ୟକ୍ରମକୁ ପରି ଚାଳନା କରିଥିଲେ ଅର୍ଜୁନ ପୋଡ଼ ଓ ଲବ କାରୁଆ, ସହଯୋଗ କରିଥିଲେ ତେଜ ରାଜ ବେହେରା, ଗିରିଜା ବେହେରା, ଚିରନ୍ ନାଗ, ଦୁଃଖୀ କୁମ୍ଭାର।  ଶେଷରେ ରୋମାଞ୍ଚଳ ଶବର ଧନ୍ୟବାଦ ଅର୍ପଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.