ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଫସିଥିବା ୨ଯୁବକ ଉଦ୍ଧାର

ସୁରକ୍ଷିତ ଭାବେ ଉଦ୍ଧାର କଲେ ରାୟଗଡା ଅଗ୍ନିଶମ ବାହନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ଉପକଣ୍ଠ ଝୁଲା ବ୍ରିଜ ତଳେ ପ୍ରବାହିତ ନାଗାବଳି ନଦୀର ପ୍ରଖର ସ୍ରୋତରେ ଫସି ରହିଛନ୍ତି ୨ଜଣ ଯୁବକ। ରାୟଗଡା ଜିଲ୍ଲା କାଶିପୁର ବ୍ଳକ କାେଡିପାରୋ ଗ୍ରାମର ସୁନାମ ନାୟକ ଓ ସୁଧିର ନାୟକ ବୋଲି ଜଣାପଡିଛି । ଖବର ପାଇ ରାୟଗଡା ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପଂହଚି ଫସିରହିଥିବା ୨ଜଣ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ନଦୀର ପ୍ରଖର ସ୍ରୋତରୁ ସେମାନଙ୍କୁ ଉଦ୍ଧାର କରିବା ବର୍ତ୍ତମାନ ପାଇଁ ସମ୍ଭବପର ହୋଇପାରି ନ ଥିଲା । ପରେ ଦୀର୍ଘ ୬ଘଣ୍ଟା କାଳ ନାଗାବଳି ନଦୀର ପ୍ରଖର ସ୍ରୋତରେ ଫସି ରହିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ସୁରକ୍ଷିତ ଭାଵେ ଉଦ୍ଧାର ହୋଇଛନ୍ତି ସୁନାମ ଓ ସୁଧିର ।

ପ୍ରଖର ସ୍ରୋତରେ ଜୀବନକୁ ବାଜି ଲଗାଇ ୨ଯବକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଆଜି ମଧ୍ୟାହ୍ନରେ ସୁନାମ ଓ ସୁଧୀର ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଉକ୍ତ ସମୟରେ ପାଣି ସ୍ରୋତ ଧୀର ଗତିରେ ପ୍ରବାହିତ ହେଉଥିବାରୁ ନଦୀ ମଝିରେ ଥିବା ଏକ ବଡ ପଥର ପାଖ କୁ ଯାଇଥିଲେ । ତେବେ ସେମାନେ ଗାଧୋଇବା ପାଇଁ ପ୍ରସ୍ତୁତ ହେବା ବେଳେ ହଠାତ୍ ୧୦ମିନିଟ ମଧ୍ୟରେ ନଦୀରେ ଜଳ ସ୍ରୋତ ପ୍ରଖର ହେବାରୁ ଦୁହେଁ ସେଠାରେ ଫସିରହିଗଲେ । ତେବେ ପାଖରେ ମୋବାଇଲ ଫୋନ ଥିବାରୁ ସେମାନେ ଦମକଳ କେନ୍ଦ୍ରକୁ ଉଦ୍ଧାର ପାଇଁ ଫୋନ କରି ଥିଲେ । ଖବର ପାଇ ରାୟଗଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ରଶି ଦଉଡି ସାହାର୍ଯ୍ୟରେ ଚେଷ୍ଠା କରିଥିବା ବେଳେ ଉଦ୍ଧାର ହୋଇ ନ ପାରିବାରୁ କୋଲନରା ଅଗ୍ନିଶମ ବାହିନୀ ସହାୟତାରେ ୨ଟି ବଡ ବଡ ସିଡି ଆଣି ମଝି ପଥରରୁ ସୁନାମ ଓ ସୁଧିରଙ୍କୁ ଉଦ୍ଧାର କରାଯାଇଥିଲା । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବାପା ଓ ମାଙ୍କ ଚିକିତ୍ସା ଜାରି ଥିବା ବେଳେ ଗାଧେଇବା ପାଇଁ ସନାମ ଓ ସୁଧୀର ନାଗାବଳି ନଦୀକୁ ଯାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.